ଓଡ଼ିଶାବାସୀଙ୍କୁ ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର()ଆଜି ବିଜେଡିର କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ୯ଟି ରାଜନୈତିକ ପ୍ରସ୍ତାବ ପାରିତ ହୋଇଥିବା ବେଳେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ସେ କହିଛନ୍ତି, କେନ୍ଦ୍ରର ପ୍ରତିବଦ୍ଧତାକୁ ଭୁଲ୍‌ ଦର୍ଶାଇବା ପାଇଁ ଓଡ଼ିଶାବାସୀଙ୍କୁ ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ। ଦୁଇ ଦଶନ୍ଧି ଧରି ଶାସନ କରୁଥିଲେ ବି ରାଜ୍ୟ ବିକଶିତ ହୋଇନି। ମୋଦି ସରକାରରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଓ ଅନୁଦାନ ଦିଆଯାଉଛି। ଯେଉଁଥି ପାଇଁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଗୁରୁତ୍ୱ ରଖୁ ନାହିଁ।

ଶ୍ରୀ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ଓ ଅସ୍ମିତାର କଥା କହୁଛନ୍ତି। ତେବେ କାହିଁକି ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ୨୦ ବର୍ଷ ନେଲେ? ସତ୍ୟବାଦୀରେ ଭିତ୍ତିପ୍ରସ୍ତର ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ କେବେ ହେବ? ସମସ୍ତ ସରକାରୀ କାର୍ୟ୍ୟ ଓଡ଼ିଆ ଭାଷାରେ କେବେ ହେବ? ରତ୍ନଭଣ୍ଡାର ବିବାଦ ଓ ବଗଲା ଧର୍ମଶାଳା କଥା ସମସ୍ତେ ଜାଣନ୍ତି। ରଥଯାତ୍ରା କରାଇ ନ ଦେବାକୁ କିଏ ଷଡ଼ଯନ୍ତ୍ର କରିଥିଲା? ମୁଖ୍ୟମନ୍ତ୍ରୀ ମହାନଦୀକୁ ଜୀବନରେଖା କହୁଛନ୍ତି। କିନ୍ତୁ ଜଳ ସମସ୍ୟାର ସମାଧାନ ପାଇଁ କେତେ ଥର ବୈଠକ ଡାକିଛନ୍ତି? ମୁଖ୍ୟମନ୍ତ୍ରୀ କହୁଛନ୍ତି ଯୁବଶକ୍ତି ରାଷ୍ଟ୍ରର ବଡ଼ ସମ୍ପତ୍ତି, ତା’ହେଲେ କାହିଁକି ଦାଦନ ଖଟୁଛନ୍ତି?

Leave A Reply

Your email address will not be published.