ରାଜ୍ୟକୁ ବିକଶିତ କରିବାରେ ବିଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ: ସମୀର ମହାନ୍ତି

ଭୁବନେଶ୍ୱର() ଦୀର୍ଘ ବର୍ଷ ଧରି କେନ୍ଦ୍ର ଓ ରାଜ୍ୟର ଶାସନ କ୍ଷମତାରେ କଂଗ୍ରେସ ଓ ବିଜେଡି ଓଡିଶାକୁ ଅବହେଳା କରି ଆସୁଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପୂର୍ବ ଭାରତର ବିକାଶ ପାଇଁ ଆରମ୍ଭ କଲେ ମିଶନ ପୂର୍ବୋଦୟ ଓ ପରବର୍ତୀ ପର୍ଯ୍ୟାୟରେ ପାରାଦ୍ୱୀପର ପବିତ୍ର ମାଟିରୁ କହିଥିଲେ ‘ଓଡିଶା ହିଁ ହେବ ପୂର୍ବ ଭାରତର ବିକାଶ ପଥ‘ । ପାରାଦ୍ୱୀପରୁ ହିଁ ଖୋଦ୍ ପ୍ରଧାନମନ୍ତ୍ରୀ ଜାତୀୟତାରେ ଆଂଚଳିକ ରାଜ୍ୟର ବିକାଶର ଗାଥା ଦୋହରାଇଥିଲେ । ଅନ୍ୟ ପଟେ ଜାତୀୟ ଦଳମାନଙ୍କର ମୁଖ୍ୟ ଲକ୍ଷ ହେଉଛି ମେନଷ୍ଟ୍ରିମ୍ଏ ଜେଣ୍ଡା ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ମେନଷ୍ଟ୍ରିମ ଏଜେଣ୍ଡାରେ ଗରିବ ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ ହିଁ ରହିଛି । ଏହାର ହିସାବ ସବୁ ଭାରତବାସୀ ଏବଂ ଓଡିଶାବାସୀ ମଧ୍ୟ ଭଲରେ ବୁଝିଛନ୍ତି ଓ ଜାଣିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

‘ପରୀକୁ ନ୍ୟାୟ ପାଇଁ ପଦଯାତ୍ରା’ ଆରମ୍ଭ ହେବା ପୂର୍ବରୁ ଉପସ୍ଥିତ କାର୍ଯ୍ୟକର୍ତା ଏବଂ ଜନସାଧାରଣମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ରାଜ୍ୟ ପ୍ରତି ଥିବା ପ୍ରତିବଦ୍ଧତାକୁ ଭୁଲ ଦର୍ଶାଇବା ପାଇଁ ଓଡିଶାବାସୀଙ୍କୁ ମିଛ କହିଛନ୍ତି । ଦୁଇ ଦଶନ୍ଧି ଧରି ରାଜ୍ୟର ଶାସନ ଭାରରେ ଥାଇ ମଧ୍ୟ ଓଡିଶାକୁ ଦେଶର ବିକଶିତ ରାଜ୍ୟ ଭାବରେ ପରିଣତ କରିବାରେ ବିଫଳ ହୋଇଛନ୍ତି ଏବଂ ନିଜ ଦଳର ଦୋଷ
ଦୁର୍ବଳତାକୁ ଲୁଚାଇବା ପାଇଁ ଆଂଚଳିକ ଭାଷାର ପରିଚୟ ପ୍ରସଙ୍ଗ ଉଠାଇ ଓଡିଶାର ଯୁବକଙ୍କୁ ଉସୁକାଉଛନ୍ତି । ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦେବା ପାଇଁ ଅର୍ଥ କମିଶନ ଦ୍ୱାରା କିଛି ମାପଦଣ୍ଡ ଧାର୍ଯ୍ୟ କରାଯାଇଛି । ଏହି ମାପଦଣ୍ଡ ଗୁଡିକ ହେଲା ଦୁର୍ଗମ ଓ ପାହାଡିଆ ଅଂଚଳ, ଅଳ୍ପ ଜନସଂଖ୍ୟା ବା ଆଦିବାସୀ ଅଧୁ୍ୟଷିତ ଅଂଚଳ, ସୀମାବର୍ତୀ ଗୁରୁତ୍ୱପୂର୍ଣ୍ଣ ଅଂଚଳ, ଆର୍ଥିକ ଓ ଭିତିଭୂମି ବିକାଶରେ ପଛୁଆ ଅଂଚଳ, ରାଜ୍ୟ ଅର୍ଥନୀତିରେ ପଛୁଆ ଅଂଚଳ । ତେବେ ୨୦ବର୍ଷ ଧରି ଥିବା ମୁଖ୍ୟମନ୍ତ୍ରୀ କ’ଣ ଜାଣିନାହାଁନ୍ତି ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତାର ମାପଦଣ୍ଡ କ’ଣ ନା ସବୁ ଜାଣି ମଧ୍ୟ ଅଜଣା ହେଉଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ମୋଦି ସରକାରରେ ଓଡିଶାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ଓ ଅଧିକ ଆର୍ଥିକ ଅନୁଦାନ ମଧ୍ୟ ଦିଆଯାଇଛି । ଯେଉଁଥିପାଇଁ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ଗୁରୁତ୍ୱ ରଖୁନାହିଁ । ତ୍ରୟୋଦଶ ଅର୍ଥ କମିଶନରେ ଓଡିଶାକୁ ରାଜ୍ୟମାନଙ୍କର ସେୟାର ଆକାରରେ କେନ୍ଦ୍ରୀୟ ଟିକସ ଆକାରରେ ୬୮,୧୧୯.୧୯କୋଟି ଟଙ୍କା ମିଳିଥିଲା । ଚତୁର୍ଦ୍ଧଶ ଅର୍ଥ କମିଶନରେ ଏହା ୧୧୮.୭ ପ୍ରତିଶତକୁ ବୃଦ୍ଧି ପାଇଥିଲା ଅର୍ଥାତ୍ ଓଡିଶାକୁ ଏହି ଅର୍ଥ କମିଶନରେ ୧,୪୮,୯୭୪.୨୪ କୋଟି ଟଙ୍କା ଦିଆଯାଇଥିଲା । ସେହିପରି ପଂଚଦଶ ଅର୍ଥ କମିଶନ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୨୨୫୮କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଗ୍ରାମ ପଂଚାୟତ ଏବଂ ସହରାଂଚଳର ପୌରସଂସ୍ଥାକୁ ୧୦୮୭ କୋଟିର କେନ୍ଦ୍ରୀୟ ଅନୁଦାନ ଦେବା ପାଇଁ ସୁପାରିଶ କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଓଡିଆ ଭାଷା ଓ ଅସ୍ମିତା କଥା କହୁଛନ୍ତି । ତେବେ କାହିଁକି ବନେ୍ଦ ଉକôଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ପାଇଁ ୨୦ବର୍ଷର ସମୟ ନେଲେ । ପୁରୀର ସତ୍ୟବାଦୀ ଠାରେ ତାଙ୍କ ଦ୍ୱାରା ଭିତିପ୍ରସ୍ତର ହୋଇଥିବା ଓଡିଆ ବିଶ୍ୱବିଦ୍ୟାଳୟ କେବେ ପ୍ରତିଷ୍ଠା ହେବ ? ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ କେବେ କରାଯିବ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ସର୍ବଦା ଓଡିଆ ଭାଷାକୁ ପ୍ରାଥମିକତା ଦେଇ ଆସିଛନ୍ତି । ଓଡିଶାର
ବିଶିଷ୍ଟ ସ୍ଥାପିତ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ରାଜ୍ୟସଭାରେ ସର୍ବଦଳୀୟ ପ୍ରର୍ଥୀ କରିବା ପରେ ବାହାର କରିଥିଲେ । ମାତ୍ର ପରବର୍ତୀ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟସଭା ପାହ୍ୟା ଦେଇ ତାଙ୍କୁ ଓ ଓଡିଶାବାସୀଙ୍କୁ ସମ୍ମାନିତ କରିଛନ୍ତି । ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାମରେ ନାମିତ କରାଯାଇଛି । ଓଡିଆ ଭାଷା, କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରସାର କରିବା ପାଇଁ ବିହିତ ପଦକ୍ଷେପ ନେଇଛନ୍ତି । ମାଣବସା ଗୁରୁବାର, ମୟୂରଭଞ୍ଜ ଛଉ ଏବଂ ରାବଣ ଛାୟା ନୃତ୍ୟ ଭଳି ଓଡିଶାର ଅନନ୍ୟ ପରମ୍ପରା ଓ ସଂସ୍କୃତିକୁ ଜାତୀୟ କାଳଜୟୀ ସଂସ୍କୃତି ଐତିହ୍ୟ ତାଲିକାରେ ସ୍ଥାନିତ କରାଯାଇଛି । ଗଣପର୍ବ ରଜ, ନୂଆଁଖାଇ, ଓଡିଆ ନବବର୍ଷ, ରଥଯାତ୍ରା ଭଳି ପବିତ୍ର ଦିନରେ ଓଡିଆ ଭାଷାରେ ଟ୍ୱିଟ୍ କରି ଓଡିଆ ଭାଷାକୁ ଜାତୀୟ ସ୍ତରରେ ସମ୍ମାନ ଦେଇଛନ୍ତି । ମୋଦିଙ୍କ ଶାସନକାଳରେ କମଲା ପୂଜାରୀ, ହଳଦର ନାଗ, ଜିତେନ୍ଦ୍ର ହରପାଲ, ଦମୟନ୍ତୀ ବେଶ୍ରାଙ୍କୁ ପଦ୍ମଶ୍ରୀ ଦେଇ ଓଡିଶାକୁ ଜାତୀୟ ସ୍ତରରେ ସମ୍ମାନିତ କରିଛନ୍ତି । ଓଡିଶାର ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅଧିକ ପ୍ରାଥମିକତା ଦେଇଛନ୍ତି କେନ୍ଦ୍ର ସରକାର । ପାଇକବିଦ୍ରୋହକୁ ଜାତୀୟ ସ୍ୱୀକୃତିର ମାନ୍ୟତା ଦିଆଯାଇଛି । ପାଇକ ବିଦ୍ରୋହ ସହ ଜଡିତ ବିଷୟର ବିକାଶ କରାଯାଇଛି ଯଥା ଉକôଳ ବିଶ୍ୱବିଦ୍ୟାଳୟରେ ପାଇକ ଚେୟାର ପ୍ରତିଷ୍ଠା, ଏନଏସିଇଆରଟି ପାଠ୍ୟକ୍ରମରେ ପାଇକ ବିଦ୍ରୋହକୁ ଉଲ୍ଲେଖ କରାଯାଇଛି । ପାଇକ ବିଦ୍ରୋହ ସ୍ମୃତିପୀଠ ନିର୍ମାଣ କରାଯାଇଛି ।

ସୂଚନାଯୋଗ୍ୟ ଯେ ୨୦୧୪ରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଥିଲା ଏବଂ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରି ଜାତୀୟ ଗୁରୁତ୍ୱପୂର୍ଣ୍ଣ ବିଶ୍ୱବିଦ୍ୟାଳୟରେ ଓଡିଆ ଚେୟାର ପ୍ରତିଷ୍ଠା କରାଯାଇଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ବିକାଶ ପାଇଁ ଭାରତକୁ ଏକଜୁଟ କରି କେବେ ମଧ୍ୟ ରାଜ୍ୟର ସାମାଜିକ – ସାଂସ୍କୃତିକ ବିବିଧତାକୁ ଅଣଦେଖା କରିନାହାଁନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ନବକଳେବର ଅନୁଦାନ ସମେତ ଅମୃତ ଯୋଜନା ଅନ୍ତର୍ଗତ ପୁରୀର ବିକାଶ, କୋଣାର୍କ ବ୍ୟାଖ୍ୟା କେନ୍ଦ୍ରର ବିକାଶ ତଥା ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅନ୍ତର୍ଜାତୀୟ କାର୍ଯ୍ୟ ଆରମ୍ଭ କରି ରାଜ୍ୟକୁ ପର୍ଯ୍ୟଟକଙ୍କୁ ପ୍ରୋସôାହିତ କରି କେନ୍ଦ୍ର ଓଡିଶାର ଧାର୍ମିକ ତଥା ଐତିହାସିକ ପରମ୍ପରାକୁ ସମ୍ମାନ ଜଣାଇଛି । ରଘୁରାଜପୁର ହସ୍ତଶିଳ୍ପ ଗ୍ରାମ ଏବଂ ଗୋଲଡେନ୍ ବିଚ୍ ପୁରୀର ବ୍ଲୁ ଫ୍ଲାଗକୁ ଆଖ୍ୟା ଦିଆଯାଇଛି । ମାତ୍ର ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସଂସ୍କୃତିକୁ ଭଲ ପାଉଥିବା କଥା କହୁଥିବା ବେଳେ ଚଳିତବର୍ଷ ରଥଯାତ୍ରା କରାଇନଦେବା ପାଇଁ କିଏ ଷଡଯନ୍ତ୍ର କରିଥିଲେ ଏବଂ କିଏ ଓଡିଶାବାସୀଙ୍କ ଭାବାବେଗ ସହ ଜଡିତ ରଥଯାତ୍ରା କରିବା ପାଇଁ ନିରନ୍ତର ଉଦ୍ୟମ କରିଥିଲେ । ସେହିପରି ବ୍ରହ୍ମ ବିଭ୍ରାଟ, ରତ୍ନଭଣ୍ଡାର ବିବାଦ, ପୁରୀ ବଗଲା ଧର୍ମଶାଳାର ଜମି ରାଜ୍ୟ ସରକାର କାହାକୁ ବିକ୍ରି କଲେ ଓଡିଶାବାସୀ ଭଲ ଭାବରେ ଜାଣିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମହାନଦୀ ଆମ ଜୀବନ ରେଖା କହୁଛନ୍ତି କିନ୍ତୁ ମହାନଦୀ ନଦୀ ଜଳ ସମସ୍ୟାର ସମାଧାନ ପାଇଁ କେତେଥର ବୈଠକ ଡାକିଛନ୍ତି ଓ ଏହାର ସମୀକ୍ଷା କରିଛନ୍ତି ତାହାର ଉତର ରଖନ୍ତୁ । ଏଥିରୁ ସ୍ପଷ୍ଟ ଯେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସେମାନଙ୍କୁ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବା ଅପେକ୍ଷା ଓଡିଶାର ସ୍ୱାର୍ଥକୁ ରାଜନୀତିକରଣ କରିବାକୁ ଅଧିକ ଆଗ୍ରହୀ । ଅପରପକ୍ଷରେ ଛତିଶଗଡ ଏବଂ ଓଡିଶା ମଧ୍ୟରେ ମହାନଦୀ ନଦୀ ଜଳ ବିବାଦ ଦୂର କରିବା ପାଇଁ ତଥା ଜଳ ବିବାଦର ସମାଧାନ ପାଇଁ ଏକ ଆନ୍ତରାଜ୍ୟ ଜଳ ବିବାଦ ଟ୍ରିବୁ୍ୟନାଲ-୧୯୫୬ ଗଠନ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରାଜ୍ୟର ଜନଜାତିଙ୍କୁ ସଶକ୍ତ କରିବା ପାଇଁ ଗତ ତିନି ବର୍ଷରେ ମୋଦି ସରକାର ସବୁବେଳେ ଚିନ୍ତା କରିଛନ୍ତି । ଓଡିଶା ଆଦିବାସୀ ଅଂଚଳର ଆଦିବାସୀ ମହିଳା ଦୌପଦି ମୁର୍ମୁ ରାଜ୍ୟପାଳ ହେଉ କିମ୍ବା ଗିରିଶ ମୁର୍ମୁଙ୍କୁ ଭାରତ ସରକାରର ବଡ ଦାୟିତ୍ୱରେ ଅବସ୍ଥାପିତ କରିଛନ୍ତି । ଟ୍ରାଇବାଲ୍ ଆଡଭାଇଜରୀ କମିଟି ବର୍ଷକୁ ଦୁଇରୁ ତିନିଥର ବସିବାର ବ୍ୟବସ୍ଥା ଥିବା ବେଳେ ଦୀର୍ଘ ୨୧ ବର୍ଷରେ ମାତ୍ର ୮ଥର ବସିଛି । ଏଥିରୁ ଜଣାପଡୁଛି ଆଦିବାସୀ ସମାଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱବୋଧ । ଅପରପକ୍ଷରେ ମୋଦି ସରକାର ଓଡିଶାରେ ଆଦିବାସୀଙ୍କ ବିକାଶ ପାଇଁ ୧୬୫୮.୮ କୋଟି ଟଙ୍କା ଦେଇଥିବା ବେଳେ ଓଡିଶାରେ ୨୦ବର୍ଷର ଶାସନରେ ସେମାନଙ୍କୁ ଅବହେଳିତ କରାଯାଇଛି । ଆଦିବାସୀଙ୍କ ବିକାଶ ପାଇଁ ଗଠିତ କମ୍ପା ପାଣ୍ଠିର ଅଧିକ ଲାଭ ପାଉଥିବା ରାଜ୍ୟ ଓଡିଶାକୁ ୫ହଜାର ୯୩୪ କୋଟି ଟଙ୍କା ଆବଂଟନ ହୋଇଥିବା
ବେଳେ ଜିଲ୍ଲା ଖଣିଜ ପାଣ୍ଠିରେ ଆବଂଟନ ହୋଇଛି ୬ହଜାର ୪୩୮ କୋଟି ଟଙ୍କା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହୁଛନ୍ତି ଯୁବଶକ୍ତି ହେଉଛି ରାଷ୍ଟ୍ରର ସବୁଠାରୁ ବଡ ସମ୍ପତି । ତେବେ ଆଜି ଦିନରେ କ’ଣ ପାଇଁ ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାରୁ ଲକ୍ଷ ଲକ୍ଷ ଯୁବକ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ଏହାର ଜବାବ୍ ଦେବେ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ନନ୍ ମିଲିୟନ ପ୍ଲସ ସହର ଗୁଡିକ ପାଇଁ ପ୍ରଥମ କିସ୍ତିରେ ଓଡିଶାକୁ ମୌଳିକ ଅନୁଦାନ
ଆକାରରେ ୨୭୧.୭୫ କୋଟି ଟଙ୍କା ମିଳିଛି । ମାତ୍ର ରାଜ୍ୟ ସରକାରଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ୟୁଏଲବି ଅନୁଦାନ ପାଇବାକୁ ସକ୍ଷମ ହୋଇନାହିଁ । ଜିଏସଟି କ୍ଷତିପୂରଣ ବାବଦକୁ ଓଡିଶା ୧୪ ହଜାର ୧୧୩କୋଟି ଟଙ୍କା ପାଇଥିବା ବେଳେ କୋଭିଡ୍ -୧୯ କାରଣରୁ ଟିକସ

ରାଜସ୍ୱ ହ୍ରାସ ପାଇବା ଯୋଗୁଁ କ୍ୟାପିଟାଲ ଏକ୍ସପାଣ୍ଡିଚରକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ୩୮୮ କୋଟି ଟଙ୍କା ସ୍ୱତନ୍ତ୍ର ସହାୟତା ଭାବରେ ଓଡିଶା ଗ୍ରହଣ କରିଛି । ଜିଏସଟି ଲାଗୁ ହେତୁ ଦେଖାଦେଇଥିବା ଅଭାବକୁ ପୂରଣ କରିବା ପାଇଁ ମୋଟ ରାଜ୍ୟ ଘରୋଇ ଉପôାଦ (ଏଝଊଚ) ରେ ଓଡିଶାକୁ ଅତିରିକ୍ତ ୨୮୫୮ କୋଟି ଟଙ୍କା ୦.୫ ପ୍ରତିଶତରେ ଋଣ କରିବା ପାଇଁ ଅନୁମତି ଦିଆଯାଇଛି । ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ମଧ୍ୟ ଓଡିଶାକୁ
୨୦୨୦-୨୧ ବର୍ଷ ପାଇଁ ୨ ହଜାର ୧୩୯ କୋଟି ଟଙ୍କା ଦିଆଯାଇଥିବା ବେଳେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ୨୦୧୫ ସୁଦ୍ଧା ଓଡିଶା ପାଇଛି ୪,୯୧୪.୩୨ କୋଟି ଟଙ୍କା । ସେହିପରି ଓଡିଶାରେ ପେଟ୍ରୋଲିୟମ, ଇସ୍ପାତ, ରେଳ ଏବଂ ଏନଏଚଏଆଇ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା କରୋନା ସଙ୍କଟ ସର୍ବଦା ଓଡିଶାବାସୀଙ୍କ ସୁଖଦୁଃଖରେ ପ୍ରଧାନମନ୍ତ୍ରୀ ଚଟାଣ ଭଳି ଛିଡା ହୋଇଛନ୍ତି । ଓଡିଶାର ୧୦ଟି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲାରେ ସାମିଲ କରି ଏହାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ଗୋଟିଏ ପଟେ ରାଜ୍ୟ ସରକାର ନିଜର କର୍ମଚାରୀଙ୍କ ପାଇଁ ଦରମା, ପେନସନ ଦେବା ପାଇଁ ଋଣ କରୁଥିବା ବେଳେ
ପ୍ରଧାନମନ୍ତ୍ରୀ ବିକାଶକୁ ପ୍ରଧାନ୍ୟ ଦେଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.