ଅନୁଭବଙ୍କ ନାଁରେ ପୁଣି ମାମଲା ରୁଜୁ

ଭୁବନେଶ୍ୱର() ବର୍ଷା ଅନୁଭବ ବିବାଦ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବର୍ଷାଙ୍କ ଏତଲା ଆଧାରରେ ପୁରୀଘାଟ ଥାନାରେ ମାମଲା ରୁଜୁ । ୪୯୮(କ)ରେ ରୁଜୁ ହୋଇଛି ମାମଲା । ଘରୋଇ ହିଂସା ଓ ନିର୍ୟାତନା ନେଇ ବର୍ଷା ଏତଲା କରିଥିଲେ । ଅନୁଭବଙ୍କ ୨ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଅନୁଭବ ଓ ତାଙ୍କ ସହଯୋଗୀଙ୍କୁ ଏନେଇ ପୁଲିସ ପଚରାଉଚରା କରିଛି । ଦୁଇ ଦିନ ତଳେ ବର୍ଷା ଓ ଅନୁଭବଙ୍କ ଯୁକ୍ତିତର୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓ ନେଇ ବର୍ଷା ଅଭିଯୋଗ କରିଥିଲେ ।

ସେପଟେ ଆଜି ପୁଲିସ ଡିଜିଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି ସାଂସଦ ଅନୁଭବ ମହାନ୍ତି । ଏଥିରେ ସେ ଅଭିଯୋଗ କରିଛନ୍ତି, ତାଙ୍କ ଓ ତାଙ୍କ ପରିବାର ପ୍ରତି ଷଡଯନ୍ତ୍ର ଚାଲିଛି । ଚିଠି ସହ ପୁଲିସ ଡିଜିଙ୍କ ପାଖରେ କିଛି ଘଟଣାକୁ ଦର୍ଶାଇଛନ୍ତି ଅନୁଭବ । ଚିଠିରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ନାଁ ଦର୍ଶାଇଛନ୍ତି । କିଛି ଦିନ ତଳେ ବର୍ଷା ପ୍ରୟିଦର୍ଶିନୀ ଓ ତାଙ୍କ ଦୁଇଉଭଣୀଙ୍କ ସହିତ ଫୋନ କଥା ହେଉଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡଯନ୍ତ୍ର ହେଉଥିବା ଅଭିଯୋଗ ଆଣିଛନ୍ତି ଅନୁଭବ । ତେଣୁ ଏହି ଅଡିଓର ସତ୍ୟାସତ୍ୟ ଯାଂଚ କରିବାକୁ ସେ ଦାବି କରିଛନ୍ତି । ଯଦି ଅଡିଓ ମିଛ ହୋଇଥାଏ ତାହାହେଲେ ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

Leave A Reply

Your email address will not be published.