ଭୁବନେଶ୍ୱର (ବସୁନ୍ଧରା ):ଓଡିଶାର ସମସ୍ତ ସଚେତନ ନାଗରିକ, ବୁଦ୍ଧିଜୀବୀ, ଛାତ୍ରନେତା, ସାମାଜିକ କର୍ମୀ ତଥା ସମାଜର ସମସ୍ତ
କ୍ଷେତ୍ରର ନେତୃତ୍ୱ ନେଉଥିବା ବ୍ୟକ୍ତିବିଶେଷ ‘ପରୀ’କୁ ନ୍ୟାୟ ଦେବା ସହ ଓଡିଶାର ମାତୃଶକ୍ତି ଏବଂ ଶିଶୁ ସଂପଦର ସୁରକ୍ଷା ପାଇଁ ଆଗକୁ ଆସି ‘ପରୀକୁ ନ୍ୟାୟ ପଦଯାତ୍ରା’ରେ ସାମିଲ ହେବା ପାଇଁ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆହ୍ୱାନ ଦେଇଛନ୍ତି ।
ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷର ଝିଅ ‘ପରୀ’ର ହୃଦୟ ବିଦାରକ ହତ୍ୟା ଏବଂ ତତ୍ ସଂଲଗ୍ନ ଅଙ୍ଗଚୋରୀ ଓ ଦୋଷୀଙ୍କୁ ଘଂଟ
ଘୋଡାଇବାର କୁତ୍ସୀତ ପ୍ରୟାସ ସାଧାରଣ ମାନବୀକ ସଙ୍କେଦନା ଏବଂ ଚେତନାକୁ ଗଭୀର ଆଘାତ ଦେଇଛି । ପ୍ରଶାସନର ସ୍ଥାଣୁତା ଏବଂ ନିଷ୍କ୍ରିୟତା ଏହି ଘଟଣାର ପ୍ରକୃତି ଦୋଷୀକୁ ଧରିବାରେ ନା କେବଳ ବିଫଳ ହୋଇଛନ୍ତି ବରଂ ଖୋଦ୍ ସରକାରଙ୍କ ଏକ କ୍ଷମତାସୀନ ମବୀ ଅରୁଣ ସାହୁ ଦୋଷୀଙ୍କୁ ଘଂଟ ଘୋଡାଇଥିବା କଥା ମଧ୍ୟ ପଦାକୁ ଆସିଛି । ନାରୀ ସୁରକ୍ଷା ଏବଂ ଶିଶୁ ସୁରକ୍ଷା ଆଜି ଚରମ ଅବହେଳାର ଶିକାର ହୋଇଛି । ଗତ ୨ ବର୍ଷ ଭିତରେ ରାଜ୍ୟରୁ ୫୫୦୦ ଶିଶୁ ନିଖୋଜ ହୋଇଛନ୍ତି । ସେମାନଙ୍କ ମା’ର କୋଳ ଶୂନ୍ୟ ହୋଇଛି । ତାଙ୍କ ଛାତିର
କୋହକୁ ଶୁଣିବା ପାଇଁ କି ଆଖିର ଲୁହକୁ ପୋଛିବା ପାଇଁ ସରକାରଙ୍କ ନା ଅଛି ଆଗ୍ରହ ନା ଅଛି ପ୍ରୟାସ । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ସରକାରଙ୍କ ଏହି ସଙ୍କେଦନହୀନତା ଏବଂ ଅପରାଧୀକୁ ଘଂଟ ଘୋଡାଇବା ଅପଚେଷ୍ଟାକୁ ବିରୋଧ କରି ଏବଂ ପରୀକୁ ନ୍ୟାୟ ସୁନି୧⁄୨ିତ କରିବା ପାଇଁ ଆସନ୍ତା ଡିସେଙ୍କର ୨୦ ତାରିଖରେ ଭୁବନେଶ୍ୱରସ୍ଥିତ ମହାପ୍ରଭୃ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣରୁ ‘ପରୀ’ ର ଗାଁ ନୟାଗଡର ଯଦୁପୁର ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ‘ପରୀକୁ ନ୍ୟାୟ ପଦଯାତ୍ରା’ରେ ବାହାରିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post