କଂଗ୍ରେସର କମ୍ପନ ସମାବେଶରେ କମ୍ପିଲା ରାଜଧାନୀ

ଭୁବନେଶ୍ୱର(ବସୁନ୍ଧରା) ଭୁବନେଶ୍ୱରରେ କମ୍ପନ ସମାବେଶ କରି ସଂଗଠନକୁ ଆକ୍ଟିଭ୍ କରିବାକୁ ପ୍ରୟାସ କରିଛି ରାଜ୍ୟ କଂଗ୍ରେସ । ଆଜି ବାଇକ୍ ରାଲି କରି ଶକ୍ତି ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସଂଗ୍ରାମ କରିବାକୁ ଆହ୍ବାନ୍ ଦେଇଛନ୍ତି ଦଳୀୟ ନେତା । ଏୟାରପୋର୍ଟରୁ ଏକ ବିଶାଳ ବାଇକ୍ ରାଲି କରି ଶକ୍ତି ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ସ୍କୁଲ ଫି ହ୍ରାସ, ନାରୀ ନିର୍ୟାତନା, କୃଷକ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କମ୍ପନ ସମାବେଶରେ କମ୍ପିଛନ୍ତି ରାଜ୍ୟ ନେତା । ଆଗାମୀ ଦିନରେ କଂଗ୍ରେସ ତା’ର ସଂଗ୍ରାମ ଜାରି ରଖିବ ବୋଲି ଏଥିରେ କୁହାଯାଇଛି ।

ଓଡ଼ିଶା କଂଗ୍ରେସ ନେତା ଓ କର୍ମୀଙ୍କ ଭିତରେ ନୂଆ ଜୋସ୍ ଭରିବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର । ବିଭିନ୍ନ କାର୍ୟ୍ୟକ୍ରମ ମାଧ୍ୟମରେ ବିରୋଧୀ ଦଳଙ୍କୁ କାଉଣ୍ଟର କରିବାକୁ ଯୋଜନା ହୋଇଛି ।

ଏହାସହ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ, ଓଡ଼ିଶାର ଅଧ୍ୟକ୍ଷ ସୟଦ ୟାସିର ନୱାଜ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ କାର୍ୟ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳର ନେତା ନରସିଂହ ମିଶ୍ର, ବିଧାୟକ ତାରା ପ୍ରସାଦ ବାହୀନି ପତି, ପ୍ରଦୀପ ମାଝି ପ୍ରମୁଖ ଅନେକ କଂଗ୍ରେସ ନେତା ସାମିଲ ହୋଇଥିଲେ ।

Leave A Reply

Your email address will not be published.

1 × five =