ଅସହାୟଙ୍କୁ ଶାହା ହେଲେ କଳିଙ୍ଗ ସମାଜ ସେବା ସଙ୍ଗଠନ ।

କଟକ (ବସୁନ୍ଧରା): ଅସହାୟଙ୍କୁ ଶାହା ହେଲେ କଳିଙ୍ଗ ସମାଜ ସେବା ସଙ୍ଗଠନ । ଶୀତ ଦିନେ ବିନା ଶିତବସ୍ତ୍ରରେ ଆମେ ଘରୁ ବାହାରିପାରୁନାହିଁ । ହେଲେ ରାସ୍ତାପାଶ୍ୱର୍ରେ ରହୁଥିବା ଗରିବ, ଭିନ୍ନକ୍ଷମ ମାନେ ଖାଲି ଦେହରେ ନିଜ ଜୀବନ କାଟୁଛନ୍ତି । ଅର୍ଥଅଭାବରୁ ଏମାନେ କଷ୍ଟରେ ଦିନ ଅତିବାହୀତ କରୁଛନ୍ତି । ଏଭଳି ଅସହାୟ ଗରିବ ଓ ଭିନ୍ନକ୍ଷମ ମାନଙ୍କୁ ସାହା ହେଲେ କଳିଙ୍ଗ ସମାଜ ସେବା ସଙ୍ଗଠନର କର୍ମକର୍ତ୍ତା । ଉଷୁମା ପଂଚାୟତ କାଳିଅଣ୍ଟି ଗ୍ରାମର ସାମାଜିକ କର୍ମୀ ଉକ୍ରଳ ରଞ୍ଜନ ସେଠୀଙ୍କ ନେତୃତ୍ୱରେ ସଙ୍ଗଠନର କର୍ମକର୍ତ୍ତା ମାନେ ମାହାଙ୍ଗା କୋଠପଦାଠାରୁ ବୁଧବାର ରାତିରେ କଟକ ଅଭିମୁଖେ ବାହାରି ସାଲେପୁର ପର୍ଯ୍ୟନ୍ତ ଶୀତ କାକରରେ ରାସ୍ତାକଡରେ ଶୋଇ ରହିଥିବା ଅସହାୟ , ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ବ୍ୟକ୍ତିମାନଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ପ୍ରଦାନ କରିଥିଲେ । ସଙ୍ଗଠନର ପ୍ରତିଷ୍ଠାତା ଶ୍ରୀ ସେଠୀଙ୍କ ସହ ସଭାପତି ରାଜେଶ ପଲେଇ, ଉପସଭାପତି ସୁଶାନ୍ତ ଦାଦ, ସଂମ୍ପାଦକ ପ୍ରଦ୍ୟୁମ୍ନ ସାମଲ, ମୁଖ୍ୟ କାର୍ଯ୍ୟନିର୍ବାହୀ ସଞ୍ଜୟ ପଣ୍ଡା, ମୁଖ୍ୟ ସଯୋଜକ ନରେନ୍ଦ୍ର ବେହେରା, କୋଷାଧ୍ୟକ୍ଷ ପଙ୍କଜ ଧଳ, ଉପଦେଷ୍ଟା ସୁରେଶ ଚନ୍ଦ୍ର ଭଞ୍ଜ, ଅଜୟ କୁମାର ବଳ,ନିହାର ରଞ୍ଜନ ସ୍ୱାଇଁ, ତରୁଣ ଦାସ , ମଦନ ସେଠୀ, ଅମୀୟ ବିଶ୍ୱାଳ, ବିକ୍ରମ କୁମାର ନାୟକ ଓ ସରୋଜ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.