ପରୀ ପାଇଁ ପଦଯାତ୍ରା, ସାମିଲ ହେବେ ଭନିତା ଶ୍ରୀନିବାସନ

ଭୁବନେଶ୍ୱର() ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ ଭାରତୀୟ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଶ୍ରୀମତୀ ଭନିତା ଶ୍ରୀନିବାସନ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସି ଆଜି ଭୂବନେଶ୍ୱରରେ ପହଂଚିଛନ୍ତି । ଭୂବନେଶ୍ୱର ବିମାନ ବନ୍ଦରରେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ସ୍ୱାଗତ ଜଣାଇଥିଲେ । ରାଜ୍ୟ କାର୍ୟ୍ୟାଳୟରେ ପହଂଚିବା ପରେ ମହିଳା ମୋର୍ଚ୍ଚା ତରଫରୁ ଶ୍ରୀମତୀ ଶ୍ରୀନିବାସନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହା ପରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତିଙ୍କ ସମେତ ବହୁ ରାଜ୍ୟ ପଦାଧିକାରୀ, ମହିଳା ମୋର୍ଚ୍ଚା ପଦାଧିକାରୀଗଣ ଶ୍ରୀମତୀ ଶ୍ରୀନିବାସନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୈ÷ାକନ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଶ୍ରୀମତୀ ଶ୍ରୀନିବାସନ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ପରୀକୁ ନ୍ୟାୟ ପାଇଁ ପଦଯାତ୍ରାରେ ସାମିଲ ହେବେ ।

Leave A Reply

Your email address will not be published.