ଢେଙ୍କାନାଳ(ବସୁନ୍ଧରା) ଆଜି ଢେଙ୍କାନାଳ ସହରର ବଜରଙ୍ଗ କ୍ଲବ ର ଅଗ୍ନେୟ 24 ତମ ବାର୍ଷିକ ଉତ୍ସବ ବଡ ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଙ୍କ ସହ ମୁଖ୍ୟ ବକ୍ତା ରୂପେ ଓଡିଶା ଯୁବ କଲ୍ୟାଣ ବୋର୍ଡ ର ସଭାପତି ବିଜୟ ନାୟକ, ଢେଙ୍କାନାଳ ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିନୟ କୁମାର କାନୁନଗୋ, ଢେଙ୍କାନାଳ ପୌରପାଳିକାର ପୂର୍ବତନ ଅଧକ୍ଷ ନବୀନ ଦଳେଇ ପ୍ରମୁଖ ଯୋଗଦାନ କରିଥିଲେ। ଆଜିର ଏହି ବାର୍ଷିକ ଉତ୍ସବ ଉପଲକ୍ଷେ ବଜାରଙ୍ଗୀ କ୍ଲବ ତରଫ ରୁ ଏକ ଆମ୍ବୁଲାନ୍ସ ସେବା ସମର୍ପିତ କରାଯାଇଛି। ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟ ଯଥା ରକ୍ତ ଦାନ, ପୋଷାକ ବଣ୍ଟନ ଆଦି କାର୍ଯ୍ୟ କରି ଏହି କ୍ଲବ ଅନେକ କୃତିତ୍ୱ ଅର୍ଜନ କରିଛି । ଆସନ୍ତା ବର୍ଷ ବଜରଙ୍ଗ କ୍ଲବ ତାର 25 ବର୍ଷ ବାର୍ଷିକ ଉତ୍ସବ ପାଳନ କରିବ ବୋଲି ଅତିଥିମାନେ ତାର ଶୁଭ କାମନା କରିଛନ୍ତି ।

