ଯାଜପୁର (ବସୁନ୍ଧରା ) : ବାର ମାସରେ ତେର ପରବ ପାଳୁଥିବା ଓଡିଆଘରର ପୂଜାପଦ୍ଧତି ଓ ପରମ୍ପରା ସ୍ଥାନେ ସ୍ଥାନେ ଭିନ୍ନ ଭିନ୍ନ ଭାବେ ପାଳିତ ହୋଇଥାଏ। ସମାଜରେ ପରସ୍ପର ଭିତରେ ଭାତୃତ୍ବ ଭାବ,ଏକତା ଓ ଆତ୍ମିୟତା ତିଷ୍ଠି ରଖିବାରେ ପର୍ବପର୍ବାଣୀ ଏକ ମାଧ୍ୟମ ହୋଇଥାଏ। ଏଭଳି ଏକ ନିଆର ପରବ ‘ଧନୁ ସଂକ୍ରାନ୍ତି’ ନିକଟରେ ବହୁ ଆଡମ୍ବର ସହ ଓଡିଶାର ସ୍ଥାନେ ସ୍ଥାନେ ପାଳିତ ହୋଇଛି। ଯାଜପୁର ଜିଲ୍ଲା ଯାଗେଶ୍ବର ପୁର ଗାଁରେ ଏକ ନିଆରା ଢଙ୍ଗରେ ଏହି ପରବ ପାଳନ ହୋଇଛି।ଗାଁର ଯୁବକ ଏକତ୍ର ହୋଇ ପ୍ରତିବର୍ଷ ଏହି ଦିନ ଶ୍ରୀ ଲକ୍ଷ୍ମୀନାରାୟଣଙ୍କର ପୂଜା ପାଳନ କରନ୍ତି। ଚଳିତ ବର୍ଷ ଏହି ମଣ୍ଡପରେ ଗରୁଡ ଉପରେ ବିରାଜିତ ଶ୍ରୀ ଲକ୍ଷ୍ମୀନାରୟଣଙ୍କ ସହ ଭଗବାନ ଶଙ୍କର ଓ ବ୍ରହ୍ମାଙ୍କ ମୂର୍ତ୍ତି ମଣ୍ଡପର ଶୋଭା ବଢାଉଥିଲେ। ମଣ୍ଡପଟି ନାନାପ୍ରକାରର ଫୁଲର ମାଳ,ତୋରଣରେ ଝଲସି ଉଠିଥିଲା। ମଣ୍ଡପର ସଜବାଜ ସେ ଅଞ୍ଚଳର ଅଧିବାସୀଙ୍କୁ ପୂଜାରେ ଅଧିକରୁ ଅଧିକ ସମେଳନ ହେବା ପାଇଁ ଆକୃଷ୍ଟ କରାଇଥିଲା।ଧ୍ରୁବ ଚରଣ ବାରିକ, ଦ୍ଭାକିରଥି ପାଣୀ ,ପ୍ରଦୀପ କୁମାର ସାହୁ ,ସାମ ବିଲାସ ସିଂ , ସୁରେନ୍ଦ୍ରକୁମାର ବାରିକ ,ସୁର୍ଯ୍ୟ ମଣି ବାରିକ ,ତିଲକ ଦେ , ସଂଶାକ ସେଖର ମିଶ୍ର , ଚଦ୍ରଶେଖର ବାରିକ ମାନଙ୍କ ନେତୃତ୍ବରେ ପୂଜାଟି ବହୁ ଆଡମ୍ବର ଓ ଶୃଙ୍ଖଳିତ ସହ ସମାପନ ହୋଇଛି।
Sign in
Sign in
Recover your password.
A password will be e-mailed to you.