ବିଶ୍ରା ( ବସୁନ୍ଧରା ) :ରାଉରକେଲାରୁ ବମ୍ବୁଆ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଭାରସାମ୍ୟ ହରାଇ ଏକ ନାଳ ମଧ୍ୟରୁ ଖସି ପଡ଼ିଥିବା ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାରେ ବସ୍ରେ ଥିବା ଯାତ୍ରୀମାନେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି । ସେମାନେ ସାମାନ୍ୟ ଆହତ ହୋଇଛନ୍ତି । ସୂଚନାନୁସାରେ, କହ୍ନେଇ ନାମକ ଏକ ଯାତ୍ରୀବାହୀ ବସ୍ (ଓଆର୧୪ପି୪୮୭୯) ବୁଧବାର ସଂଧ୍ୟା ସାଢ଼େ ୬ଟାସମୟରେ ରାଉରକେଲାରୁ ଯାତ୍ରୀଙ୍କୁନେଇ ବମ୍ବୁଆ ଅଭିମୁଖେ ଆସୁଥିଲା। ତେବେ ବିଶ୍ରାର ଆସିୟାନା କଲୋନୀ ନିକଟରେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାର ୧୦ ଫୁଟ ତଳେ ଏକ ନାଳ ମଧ୍ୟକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ବସ୍ରେ ବସିଥିବା ୧୪ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ତେବେ ରାସ୍ତା ଖରାପ ପାଇଁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
Sign in
Sign in
Recover your password.
A password will be e-mailed to you.