ମାଲକାନଗିରି (ବସୁନ୍ଧରା ) :ସୀମାନ୍ତ ଛତିଶଗଡରେ ନକ୍ସଲ ହିଂସା ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଛୋଟ ବଡ ଘଟଣା ଘଟାଇ ନକ୍ସଲ ନିଜର ପତିଆରା ଜାହିର କରିଚାଲିଛନ୍ତି। କେତେବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ , ତ ଆଉକେତେବେଳେ ନିରୀହ ଜନତାକୁ ହତ୍ୟା କରିବା ଭଳି ଘଟଣା ଘଟାଉଛନ୍ତି। ଛତିଶଗଡ଼ ରାଜ୍ୟର ବିଜାପୁର ଅଂଚଳରେ ନକ୍ସଲ ୬ଟି ଗାଡି ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଫରେସଗଡ ଥାନା ଅନ୍ତର୍ଗତ ଆଲବାଡା ଗ୍ରାମ ନିକଟରେ ଚାଲିଥିବା ପ୍ରାଧନମନ୍ତ୍ରୀ ସଡକ ଯୋଜନାରେ ସାମିଲ ଥିବା ୬ଟି ଗାଡି ନକ୍ସଲ ପୋଡି ଦେଇଛନ୍ତି। ପୋଡି ଯାଇଥିବା ଗାଡି ମଧ୍ୟରୁ ଜେସିବି, ଟ୍ରକ, ଟ୍ରାକ୍ଟର ଏବଂ ଡୋଜର ସାମିଲ ରହିଛି। ଏହି ଘଟଣା ପରେ ରାସ୍ତା ନିର୍ମାଣ ବନ୍ଦ ହୋଇଯାଇଥିବା ଜଣାପଡିଛି।
ଏସପି କମଳଲୋଚନ କଶ୍ୟପଙ୍କ କହିବା ଅନୁଯାୟୀ ଗ୍ରାମବାସୀଙ୍କ ଠାରୁ ପୁଲିସ ଏହି ଘଟଣାର ଖବର ପାଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଅଂଚଳକୁ ସିଲ କରିଦିଆଯାଇଥିବା କୁହାଯାଇଛି। ତେବେ କୌଣସି ଲୋକଙ୍କୁ ହତ୍ୟା କିମ୍ବା ମାରଧର କରିନଥିବା ଜଣାପଡିଛି। ନକ୍ସଲ ଦମନ ନେଇ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ସଂଗଠନ ଏକ ପ୍ରକାର ଦୁର୍ବଳ ହୋଇପଡିଛି। ତେଣୁ ଏଭଳି ଘଟଣା ଘଟାଇ ନିଜର ଉପସ୍ଥିତି ଜାହିର କରୁଛନ୍ତି ନକ୍ସଲ ବୋଲି କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post