ଭୁବନେଶ୍ୱର ( ବସୁନ୍ଧରା ) :ଚଳିତ ବର୍ଷ ଜୁଲାଇ ମାସରେ ନୟାଗଡ ଜିଲ୍ଲା ଯଦୁପୁର ଗାଁ ର ୫ ବର୍ଷର ନାବାଳିକା ଶିଶୁ ପରୀକୁ କିଛି ଦୁର୍ବୃତ ହତ୍ୟା କରି ତାର ଅଙ୍ଗ ତସ୍କରୀ କରିଛନ୍ତି । ଏହା ବିରୁଦ୍ଧରେ ମୃତା ପରୀର ପରିବାରବର୍ଗ ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ନାଁରେ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ଶାସକ ଦଳ ଚାପରେ
ଅପରାଧୀକୁ ଗିରଫ କରୁନାହିଁ । ମୁଖ୍ୟ ଅଭିଯୁକ୍ତକୁ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଯୋଗାଇ ଚାଲିଛନ୍ତି । ଏଣୁ ପରୀକୁ ନ୍ୟାୟ ଏବଂ ରାଜ୍ୟରେ ଅପହରଣ କରାଯାଇଥିବା ୪୪୭୬ ଶିଶୁଙ୍କୁ ଖୋଜିବା ସହ ପୋଲିସ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ପୋଲିସ ମହାନିଦେ୍ର୍ଧଶକଙ୍କୁ ଭେଟି ଦାବି କରିଛିା ଏନସିଆରବି ତଥ୍ୟ ଅନୁଯାୟୀ ୪୬୦୪ ଜଣଙ୍କୁ ଅପହରଣ କରାଯାଇଛି ଏବଂ ଆଇପିସିର ଧାରା ୩୬୩ ଅନୁଯାୟୀ ୪୪୭୬ ଜଣ ନାଁରେ ଏତଲା ଦିଆଯାଇଛି । ୨୦୧୯ ମସିହାରେ ୩୧୫୧ ଜଣ ପିଲା ନିଖୋଜ ଅଛନ୍ତି । ଯଦି ୨୦୧୮ରେ ନିଖୋଜ ଶିଶୁ ୨୩୫୨
ଜଣଙ୍କୁ ଏହି ତାଲିକାରେ ସାମିଲ କରାଯାଏ ତେବେ ଗତ ୨ ବର୍ଷରେ ରାଜ୍ୟରେ ୫୫୦୩ ଶିଶୁ ନିଖୋଜ ଅଛନ୍ତି । ଏଯାବତ କେଉଁ ଜିଲ୍ଲାରୁ କେତେ ଜଣ ଶିଶୁ ନିଖୋଜ ହୋଇଛନ୍ତି ତାହାର ତଥ୍ୟ ପୋଲିସ ସର୍ବସାଧାରଣରେ ରଖିବା ସହ ନିଖୋଜ ଶିଶୁଙ୍କୁ ଖୋଜିବା ଲାଗି କ’ଣ
ବ୍ୟବସ୍ଥା କରାଯାଉଛି ତାହାର ଏକ ଲେଖାଯୋଖା ହିସାବ ରାଜ୍ୟବାସୀଙ୍କ ଆଗରେ ରଖିବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି ।
ପରୀ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ପରୀ ହତ୍ୟାକାଣ୍ଡରେ ଯଦି ଅଙ୍ଗ ଚୋରାଚାଲାଣକାରୀଙ୍କ ହାତ ଥାଏ ତେବେ ସଠିକ୍ ତଦନ୍ତ ହେଲେ ଏହି ଫାଶ ହୋଇପାରିବ । ନିଖୋଜ ଶିଶୁ ଘଟଣାରେ ପୋଲିସ ସଠିକ୍ ଦିଗରେ
ତଦନ୍ତ କଲେ ଆଗାମୀ ଦିନରେ ରାଜ୍ୟର ଅନେକ ଶିଶୁଙ୍କୁ ଏହି ରାକେଟ କବଳରୁ ରକ୍ଷା କରାଯାଇପାରିବ ବୋଲି ପ୍ରତିନିଧୀ ଦଳ ଦାବି କରିଛି । ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତିରେଖା ଦାସଙ୍କ ସମେତ କଟକ ଜିିଲ୍ଲା ସଭାପତି ଲଲାଟେନ୍ଦୁ ପ୍ରମୁଖ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post