ଭଦ୍ରକ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କର ହୃଦଘାତରେ ମୃତ୍ୟୁ ।

ଭଦ୍ରକ ( ବସୁନ୍ଧରା ) : ଭଦ୍ରକ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଗୋଷ୍ଠି ଉନ୍ନୟନ ଅଧିକାରୀ ହେଉଛନ୍ତି ଦାମୋଦର ଖୁଣ୍ଟିଆ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଖବରଅନୁଯାୟୀ, ଦାମୋଦର ଖୁଣ୍ଟିଆ ଭଦ୍ରକ ବ୍ଲକରେ ୨୦୧୯ ମସିହା ଡିସେମ୍ବର ମାସରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ବ୍ଲକ କଲୋନୀ କ୍ୱାଟରରେ ରହୁଥିଲେ । ବିଳମ୍ବିତ ରାତି ରେ ବିଡ଼ିଓ ଫୋନ ଯୋଗେ ଅସୁସ୍ଥତା ନେଇ ପଡୋଶୀଙ୍କୁ ଜଣାଇଥିଲେ । ପଡୋଶୀ ତାଙ୍କୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ତେବେ ତାଙ୍କ ମୃତ୍ୟୁକୁ ନେଇ ପ୍ରଶାସନ ତରଫରୁ ଶୋକ ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.

20 − 20 =