ଫନି କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର, () ଫନି କ୍ଷତିଗ୍ରସ୍ତଙ୍କଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଫନି କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଏୱାଇ)ରେ ସାମିଲ ନେଇ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି ।

ଫନି ଦ୍ୱାରା ପ୍ରଭାବିତ ହୋଇଥିବା ରାଜ୍ୟର ୧୪ ଜିଲ୍ଲାର ୭.୮୭ ଲକ୍ଷ ଘର ଚିହ୍ନଟ ହୋଇସାରିଛି । ସେମାନଙ୍କୁ ପିଏମଏୱାଇରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଏହାଛଡ଼ା ଅଣ ଫନି ପ୍ରଭାବିତ ୧୬ ଜିଲ୍ଲାର ୬.୦୭ ଲକ୍ଷ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି । ସେମାନଙ୍କୁ ମଧ୍ୟ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାଦ୍ୱାରା କ୍ଷତିଗ୍ରସ୍ତଙ୍କୁ ନିରାପଦ ଘର ମିଳିପାରିବ ।

ଯୋଗ୍ୟ ହିତାଧିକାରୀଙ୍କୁ ଜିଓ ଟ୍ୟାଗ ଦ୍ୱାରା ଚିହ୍ନଟ କରାଯାଉ । ଜିଓ ଟ୍ୟାଗ ପାଇଁ ମୋବାଇଲ ଆପ, ଆବାସ ୱିଣ୍ଡୋ ଖୋଲିବାକୁ ଦାବି କରିଛନ୍ତି । ଫଳରେ ଫନି ପ୍ରଭାବିତ ଅଞ୍ଚଳର ଲୋକେ ସହଜରେ ଆବେଦନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.