ଭୁବନେଶ୍ୱର, () ମଣିଷ ନିମନ୍ତେ ବିକାଶ ଓ ଉନ୍ନତି ଜରୁରୀ ଅଟେ । କିନ୍ତୁ ଏହା ସହିତ ଆଧ୍ୟାତ୍ମିକତା ଏବଂ ମାନବିକତାକୁ ଯୋଗ କଲେ ହିଁ ସଫଳତା ହାସଲ ହୋଇପାରିବ ବୋଲି କହିଛନ୍ତି ଜୟପୁର ସ୍ଥିତ ଜଗନ୍ନାଥ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର (ଡଃ) ନବୀନ୍ ମାଥୁର ।
ତୁମର ଲକ୍ଷ୍ୟ, ଉଦ୍ଦେଶ୍ୟ, କଥା କହିବା ଶୈଳୀ ଏବଂ ପ୍ରାର୍ଥନା ଦ୍ୱାରା ମନକୁ ଏକ କଲେ ହିଁ ସଫଳତା ମିଳିପାରିବ ବୋଲି ପ୍ରଫେସର ମାଥୁର ଶନିବାର ଦିନ ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ହସ୍ପିଟାଲିଟି ଓ ଟ୍ୟୁରିଜିମ୍ ଫ୍ୟାକଲ୍ଟି ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ୧୧ ଦିନିଆ ଓରିଏନ୍ଟେସନ୍ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇ ମତ ବ୍ୟକ୍ତ କରିଛନ୍ତି ।
ଇସ୍ରାଏଲ୍ର ଐତିହାସିକ ୟୁଭାଲ୍ ନୋଆ ହାରାରିଙ୍କ ଦ୍ୱାରା ରଚିତ ପୁସ୍ତକ ‘ଟ୍ୱେଂଟିୱାନ୍ ଲେସନ୍ସ ଫ୍ରମ୍ ଟ୍ୱେଂଟିଫାଷ୍ଟ ସେଂଚୁରୀ’କୁ ଉଦ୍ଧୃତ କରି ପ୍ରଫେସର ମାଥୁର କହିଛନ୍ତି ଯେ ବୈଷୟିକ ଜ୍ଞାନକୌଶଳ ଖରାପ ନୁହେଁ । ନିଜ ଜୀବନରେ କ’ଣ ଆବଶ୍ୟକ ତୁମେ ଯଦି ଜାଣିଛ ତେବେ ଏହାକୁ ପାଇବା ପାଇଁ ବୈଷୟିକ ଜ୍ଞାନକୌଶଳ ତୁମକୁ ସାହାଯ୍ୟ କରିବ । ମାତ୍ର ଯଦି ଜୀବନରେ କ’ଣ ଦରକାର ତାହା ତୁମକୁ ଜଣାନାହିଁ ତେବେ ବୈଷୟିକ ଜ୍ଞାନକୌଶଳ ତୁମ ଜୀବନକୁ ନିୟନ୍ତ୍ରଣ କରିବ ବୋଲି ସେ କହିଥିଲେ ।
ଏସ୍ଏଚ୍ଏମ୍ର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସମ୍ଭାଷଣ ଦେଇ ମଣିଷ ଜୀବନରେ ଶିକ୍ଷାର ମହତ୍ୱ ସମ୍ପର୍କରେ ଗୁରୁତ୍ୱାରୋପ କରିବା ସହ ଏହା ଆତିଥ୍ୟ କ୍ଷେତ୍ରକୁ ନିଜର ବୃତିଭାବେ ବାଛିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମହତ୍ୱ ରଖେ ବୋଲି କହିଥିଲେ ।
ମାଉଂଟଆବୁ ସ୍ଥିତ ବ୍ରହ୍ମକୁମାରୀ ମୁଖ୍ୟାଳୟର ଆଇଟି ୱିଙ୍ଗ୍ର ଫ୍ୟାକଲ୍ଟି ବି.କେ. ସବିତା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବର୍ତମାନ ସମୟରେ ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ସବଳ ହେବା ଆବଶ୍ୟକ ବୋଲି କହିଥିଲେ ।
ଏହି ଉଦ୍ଯାପନୀ କାର୍ଯ୍ୟକ୍ରମରେ ବେସାମରିକ କ୍ଷେତ୍ର, ଲଜିଷ୍ଟିକ୍ କ୍ଷେତ୍ର, ଡିଜିଟାଲ୍ ମାର୍କେଟିଙ୍ଗ, ଖାଦ୍ୟ ବ୍ୟବସାୟ, ସମ୍ପର୍କରହିତ ସେବା ଏବଂ ହୋଟେଲ୍ଗୁଡ଼ିକର ଭବିଷ୍ୟତ ସମ୍ପର୍କିତ ବିଷୟବସ୍ତୁକୁ ନେଇ ଆଲୋଚନା କରାଯାଇଥିଲା ।
ନୂତନ ଛାତ୍ରଛାତ୍ରୀମାନଙ୍କୁ ନୂଆ ପରିବେଶ ସହ ପରିଚିତ କରାଇବା, ଅନୁଷ୍ଠାନ ସହ ଜଡିତ କରାଇବା ଓ ଅନ୍ୟ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କ ସହିତ ପରିଚୟ କରାଇବା ଏହି କାର୍ଯ୍ୟକ୍ରମର ଅନ୍ୟତମ ମୂଳ ଲକ୍ଷ୍ୟ ଥିଲା |
Sign in
Sign in
Recover your password.
A password will be e-mailed to you.
Next Post