ପୁରୀ ହାଜତ ମୃତ୍ୟୁ ନେଇ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସିବିଆଇ ତଦନ୍ତ ଦାବି କରିଛନ୍ତି

ଭୁବନେଶ୍ୱର, () ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ବିବାଦର ଅନ୍ତ ଘଟୁନାହିଁ । ତେବେ ପୁରୀ ଏସପି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ମାମଲାର ଅଗ୍ରଗତି ନେଇ ଏହି ସତ୍ୟପାଠ ଦାଖଲ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ୩୦୭ ଦଫାକୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି । ପୂର୍ବରୁ ଏହି ଘଟଣାରେ ମୃତ୍ୟୁବରଣ କରିଥିବା କେ.ରମେଶଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା । ରକ୍ତ ଜମାଟ ଯୋଗୁଁ ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ । ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ ।

Leave A Reply

Your email address will not be published.