ଜଗତସିଂହପୁର () କଟକ ପାରାଦ୍ୱୀପ ରାସ୍ତାର ଜଗନ୍ନାଥପୁର ଠାରେ ପାରାଦ୍ୱୀପ ଆଡୁ ଆସୁଥିବା ଜଣେ ବାଇକ ଆରୋହୀ ଙ୍କୁ ସାମ୍ନାପଟୁ ଦ୍ରୁତ ଗତିରେ ଆସୁଥିବା ଡିଯେଆର କାର ମୁହାଁମୁହିଁ ଧକ୍କା ଦେବା ଫଳରେ ବାଇକ ଆରୋହୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା.ଉଭୟ ମୁହାଁମୁହିଁ ଧକ୍କା ହେବା ଫଳରେ କାର ରେ ନିଆଁ ଲାଗିଯିବାରୁ ବାଇକ କାର ସମ୍ପୂର୍ଣ୍ଣ ଜଳି ଯାଇଛି. ଗାଡି ଟି ଜଳି ଯାଇଥିବାରୁ ଗାଡିର ସବିଶେଷ ସୂଚନା ମିଳିପାରିନାହିଁ.ଦୁର୍ଘଟଣା ପରେ କାର ଚାଳକ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଛି. ଘଟଣା ସ୍ଥଳରେ ରଘୁନାଥପୁର ପୋଲିସ ପହଂଚି ଶବ ଜବତ କରି ପୋଷ୍ଟମର୍ଟମ କରିବାକୁ ପଠାଇ ତଦନ୍ତ ଜାରିରଖିଛି।
ଜଗତସିଂହପୁର ରୁ ବିକାଶ ମହାନ୍ତି ଙ୍କ ରିପୋର୍ଟ