ରାଜ୍ୟରେ ଶିଶୁ ମୃତ୍ୟୁ ଓ ନିଖୋଜ ଘଟଣା ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ନୟାଗଡ଼, () ରାଜ୍ୟରେ ଶିଶୁ ମୃତ୍ୟୁ ଓ ନିଖୋଜ ଘଟଣା ବଢ଼ିଚାଲିଛି । ତେଣୁ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏସସିପିସିଆର) ଅଫିସ ଆଗରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ଓ ରାଜ୍ୟରେ ଶିଶୁ ନିଖୋଜ ଘଟଣା ନେଇ ଆଜିର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାଯାଇଛି । ତେବେ ବିକ୍ଷୋଭ ବେଳେ ବିଜେପି ମହିଳା ମୋର୍ଚ୍ଚାର କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ମୋର୍ଚ୍ଚାର କର୍ମୀମାନେ ଏସସିପିସିଆର କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ମାତ୍ର ପୋଲିସ ସେମାନଙ୍କୁ ପ୍ରତିରୋଧ କରିଥିଲା ।

Leave A Reply

Your email address will not be published.