ବିଜେପି କର୍ମୀଙ୍କ ପରାଜୟ ପରେ ମନୋବଳ ବଢ଼ାଇବା ପାଇଁ ଡି. ପୁରନ୍ଦେଶ୍ୱରୀ ଆସିଛନ୍ତି :ସସ୍ମିତ ପାତ୍ର

ଭୁବନେଶ୍ୱର, () ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ପ୍ରେସ୍ ମିଟରେ ରାଜ୍ୟ ସରକାରଙ୍କ ବିରୋଧରେ ବକ୍ତବ୍ୟ ଦେବା ପରେ ବିଜେଡି ପକ୍ଷରୁ ଏହାର ଜବାବ ଦିଆଯାଇଛି ।

ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେପି ହାରିବା ପରେ ପୁରନ୍ଦେଶ୍ୱରୀ ଓଡ଼ିଶା ଆସିଛନ୍ତି । ଏହା ବିଜେପି କର୍ମୀଙ୍କ ପରାଜୟ ପରେ ମନୋବଳ ବଢ଼ାଇବାରେ ସହାୟକ ହେବ । ବାଲେଶ୍ୱର ହାତରୁ ଖସିଯିବା ପରେ ବିଜେପି କର୍ମୀ ଭାଙ୍ଗିପଡ଼ିଛନ୍ତି । କେନ୍ଦ୍ରର ବିଜେପି ସରକାର ଓଡ଼ିଶାକୁ ୫ଟି ପୁରସ୍କାର ଦେଇଛନ୍ତି । ପୁରନ୍ଦେଶ୍ୱରୀ ଅଯଥା କଥା ନ କହି ଏମଏସପି ବଢ଼ାଇବା କଥା କହିଥିଲେ ଭଲ ହୋଇଥାନ୍ତା । ଓଡ଼ିଶା ବିଷୟରେ ପୁରନ୍ଦେଶ୍ୱରୀଙ୍କ ପାଖରେ ତଥ୍ୟ ନାହିଁ ବୋଲି ସସ୍ମିତ କହିଛନ୍ତି ।

Leave A Reply

Your email address will not be published.