ଆନ୍ଦୋଳନ ନାଁରେ ଷଡ଼ଯନ୍ତ୍ର ଚାଲିଛି :କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, () କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ନ୍ୟୁଚ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଏମଏସପି ନ ହଟିବା ସପକ୍ଷରେ ନିଜର ମତ ଦେଇଛନ୍ତି । ସେ କହିଛନ୍ତି ଯେ, ଶରଦ ପାୱାର ନିଜେ ଯେଉଁ କଥା କହିଥିଲେ, ସେ ତାହାକୁ ଆଜି ବିରୋଧ କରୁଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଭାରତବାସୀଙ୍କର ଭରସା ରହିଛି । କେନ୍ଦ୍ର ସବୁ ସମୟରେ କୃଷକଙ୍କ ପଛରେ ରହିଛି । ଚାଷୀମାନେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ଆନ୍ଦୋଳନ ପ୍ରତ୍ୟାହାର କରିବା ଉଚିତ । ମୋଦି ସରକାରଙ୍କ ସମୟରେ ଦେଶର କୃଷକଙ୍କ ଆୟ ବୃଦ୍ଧି ପାଇଛି । ଏଠି ଆନ୍ଦୋଳନ ନାଁରେ ଷଡ଼ଯନ୍ତ୍ର ଚାଲିଛି । ଯେଉଁମାନେ ଭାରତବର୍ଷର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି, ସେମାନଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଧାନ କହିଥିଲେ ।

Leave A Reply

Your email address will not be published.