ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ପ୍ରେସ୍ ମିଟ କରି ରାଜ୍ୟ ସରକାରଙ୍କ କୁଶାସନ ବିରୋଧରେ ବର୍ଷିଛନ୍ତି

ଭୁବନେଶ୍ୱର, () ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରେସ୍ ମିଟର ଆୟୋଜନ କରିଥିଲେ । ଏହି ବୈଠକରେ ସେ ରାଜ୍ୟ ସରକାରଙ୍କ କୁଶାସନ ବିରୋଧରେ ବର୍ଷିଛନ୍ତି । ସେ ନୟାଗଡ଼ ଶିଶୁକନ୍ୟା ମୃତ୍ୟୁ ମାମଲାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ସେ କହିଛନ୍ତି ଯେ ,୨୦୧୪ ନିର୍ବାଚନରେ ବିଜେଡି ରାଜ୍ୟବାସୀଙ୍କୁ ପକ୍କାଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା, ମାତ୍ର ୨୦୧୯ ସୁଦ୍ଧା ନିଜ ପ୍ରତିଶ୍ରୁତି ପୂରଣ କରିନାହିଁ । ଏହାକୁ ସେ ସୁଶାସନ ନୁହେଁ କୁଶାସନର ପ୍ରମାଣ ବୋଲି କହିଛନ୍ତି । କେନ୍ଦ୍ର କିମ୍ବା ରାଜ୍ୟ କିଏ କୃଷକଙ୍କ ଭଲ ଚାହୁଁଛି ତାହା ସାଧାରଣ ଜନତା ଜାଣିବା ଦରକାର । ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ମିଳୁନାହିଁ । କେତେ ଲୋକଙ୍କ ଘରେ ପିଇବା ପାଣି ପହଞ୍ଚିଛି, ତାହାର ଜବାବ ସେ ମୁଖ୍ୟମନ୍ତ୍ରୀଙ୍କୁ ମାଗିଛନ୍ତି । ସେ ରାଜ୍ୟର ଆଇନ କାନୁନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ କ’ଣ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରିନାହାନ୍ତି, ସେନେଇ ମଧ୍ୟ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଥିଲେ ।

Leave A Reply

Your email address will not be published.