କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ ଆଇନ ସପକ୍ଷରେ ଜନସଚେନତା ପାଇଁ ବିଜେପି ୭୦୦ ଜିଲ୍ଲାକୁ ଯିବ:ଅପରାଜିତା

ଭୁବନେଶ୍ୱର, () କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶରେ କୃଷକଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ତେବେ ଏହି ଆଇନ ସପକ୍ଷରେ ଜନସଚେନତା ପାଇଁ ବିଜେପି ୭୦୦ ଜିଲ୍ଲାକୁ ଯିବାର ଯୋଜନା ରଖିଛି ।

ଏନେଇ ମତ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି ଯେ, କିଛି ଲୋକ ପ୍ରକୃତରେ ଚାଷୀଙ୍କ ହିତ ଚାହୁଁନାହାନ୍ତି । କଂଗ୍ରେସ ଓ ଏହାର ସହଯୋଗୀ ବିରୋଧୀମାନେ ଏପରି ଅପପ୍ରଚାର ଚଳାଇଛନ୍ତି । ସେମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ । ବିଜେପି ପକ୍ଷରୁ ଭାରତବର୍ଷରେ ୭୦୦ ପ୍ରେସମିଟ ଓ ୧୦୦ ବୈଠକ କରିବାର ଯୋଜନା ଚାଲିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ନେତାମାନେ ଲୋକଙ୍କୁ କୃଷି ଆଇନ ସମ୍ପର୍କରେ ସଚେତନ କରାଇବେ ।

Leave A Reply

Your email address will not be published.