ବିପ୍ଳବୀ ରେଣ୍ଡୋମାଝୀଙ୍କ ୧୬୫ ତମ ଶହୀଦ ଦିବସ ପାଳିତ।

ଭବାୀପାଟଣା () ଆଜି କଲାହାଣ୍ଡି ଜିଲ୍ଲା ଆଦିବାସୀ ସ୍ଂଘ ପକ୍ଷରୁ ଶହୀଦରେଣ୍ଡୋ ମାଝୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଶହୀଦ ରେଣ୍ଡୋ ମାଝୀ ଙ୍କ ୧୬୫ ତମ ଶହୀଦ ଦିବସ ସମାରୋହ ଅବସରରେ ଜିଲ୍ଲା ଆଦିବାସୀ ସଂଘର ସଭାପତି କିଶୋର ଚନ୍ଦ୍ର ଭୋଇ, ଉପସଭାପତି ଜଇନ ଶବର, ଜିଲ୍ଲା କନ୍ଧ ସମାଜ ସଭାପତି ରାଜେନ୍ଦ୍ର ଭୋଇ, ସାଧାରଣ ସମ୍ପାଦକ ରମେଶ ମାଝୀ, ପୁର୍ବତନ ସମ୍ପାଦକ ଲକ୍ଷୀଧର ମାଝୀ, ଜୁନାଗଡ ବ୍ଲକ ସଭାପତି ହୃଦାନନ୍ଦ ମାଝୀ, ଜୁନାଗଡ ବ୍ଲକ ସାଧାରଣ ସମ୍ପାଦକ ଦୁର୍ଯୋଧନ ମାଝୀ, ସୁରେନ୍ଦ୍ର ଶବର, ସୁରେଶ ମାଝୀ, ଶ୍ରୀ ତୁଳସୀ ରାମ ମାଝୀ ଶ୍ରୀଶିବମାଝୀ ଶ୍ରୀ ତ୍ରୀନାଥ ମାଝୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସଂଘର କର୍ମକର୍ତ୍ତା ଶହୀଦ ରେଣ୍ଡୋ ମାଝୀଙ୍କ ନାମରେ ଭବାନୀପାଟଣା ସହରର ଜେଲଛକ କୁ ନାମକରଣ କରିବା ପାଇଁ ଦାବି କରିଥିଲେ। ଏହାସହ ରେଣ୍ଡୋମାଝୀ ଙ୍କ ଏକ ବିଶାଳ ପ୍ରତିମା ନିର୍ମାଣ କରିବା ପାଇଁ ଓ ତାଙ୍କର ଐତିହାସିକ ତଥ୍ୟକୁ ଜନମାନସରେ ପହଞ୍ଚାଇବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରିବାକୁ ଦାବି କରିଛନ୍ତି।

ଭବାୀପାଟଣା ରୁ ବଳବନ୍ତ ନାୟକଙ୍କ ରିପୋର୍ଟ

Leave A Reply

Your email address will not be published.