ଦେବଗଡ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କାଲକାଠ ଛକଠାରେ ବାଇକ୍ କୁ ଧକ୍କା ଦେଲା ଟ୍ରକ୍ ।

ଦେବଗଡ () ବାଇକ୍ କୁ ଧକ୍କା ଦେଲା ଟ୍ରକ୍ । ଦେବଗଡ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କାଲକାଠ ଛକଠାରେ ଦୁର୍ଘଟଣା । ଫଳରେ ତିନି ଜଣ ଆହତ ହୋଇଛନ୍ତି ।ଦେବଗଡ ଜିଲ୍ଲା ରମ୍ଭେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଜୁରୀ ବାହାଳ ଗ୍ରାମର ଗୁରୁଚରଣ ମୁଣ୍ଡାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କ ଭାଇ ପହଲି ମୁଣ୍ଡା ଓ ପୁଅ ଅର୍ଜୁନ ମୁଣ୍ଡା ଏକ ସ୍କୁଟି ଯୋଗେ ତାଙ୍କୁ ନେଇ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲେ । ଅଧା ରାସ୍ତାରେ କାଲକାଠ ଛକଠାରେ ଅପରପାର୍ଶ୍ବରୁ ଆସୁଥିବା ଏକ ଦଶ ଚକିଆ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ତିନି ଜଣ ଆହାତ ହୋଇଛନ୍ତି । ପରେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଆଣି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଫେରାର ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

nineteen − 17 =