ସ୍କୁଲଗୁଡ଼ିକ ଖୁବଶୀଘ୍ର ଖୋଲିବ ,ଛୁଟିଦିନରେ ବି ସ୍କୁଲ ଖୋଲା ରହିବ ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା

ଭୁବନେଶ୍ୱର, () କରୋନା ପାଇଁ ବନ୍ଦ ଥିବା ସ୍କୁଲଗୁଡ଼ିକ ଖୁବଶୀଘ୍ର ଖୋଲିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ପ୍ରଦାନ କରିଛନ୍ତି । । ଛୁଟିଦିନରେ ବି ସ୍କୁଲ ଖୋଲା ରହିବ, ଏପରିକି ଶନିବାର ଓ ରବିବାର ଦିନ ମଧ୍ୟ ପାଠ ପଢ଼ା ହେବ । ଚାପମୁକ୍ତ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ମ୍ୟାଟେରିଆଲ ଯୋଗାଇ ଦିଆଯିବ । ୧୦୦ ଦିନର ପାଠପଢ଼ା ପରେ ପରୀକ୍ଷା କରାଯିବ । ଦଶମ ଓ ଯୁକ୍ତ୨ ପିଲାଙ୍କ ପାଇଁ କ୍ଲାସ ହେବ । ପିଲାମାନେ କିପରି ସହଜରେ ପରୀକ୍ଷା ଦେଇ ପାରିବେ, ସେନେଇ ଯୋଜନା ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

16 − five =