ଭୁବନେଶ୍ୱର, () କୋଭିଡ୍ ସକାଶେ କୋହଳ ହୋଇଥିବା ଟ୍ରାଫିକ୍ ଚେକିଂ ପୁଣି ଜୋରଦାର କରାଯାଇଛି । ଆଜି ରାଜଧାନୀ ଭୁବନେଶ୍ୱରରେ ଜଣେ ସ୍କୁଟି ଚାଳକଙ୍କଠାରୁ ୨୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଜରିମାନା ଦେଇଛନ୍ତି । ହେଲମେଟ୍ ପିନ୍ଧିନଥିବା ଅଭିଯୋଗରେ ଆରଟିଓ-୧ ତରଫରୁ ଏହି ଫାଇନ୍ କଟା ଯାଇଛି । ୧୮ ବର୍ଷରୁ କମ୍ ବୟସ ଓ ବିନା ହେଲମେଟ୍ ପାଇଁ ଏମାନେ ଫାଇନ ଦେଇଥିବା ଜଣାଯାଇଛି । କରୋନା ପାଇଁ ଏହି ଜରିମାନା ବ୍ୟବସ୍ଥା ବନ୍ଦ ରହିଥିଲା ।
Sign in
Sign in
Recover your password.
A password will be e-mailed to you.