ନୟାଗଡରେ ଏସଆଇଟି ଟିମକୁ ବିରୋଧ

ନୟାଗଡ଼, () ନୟାଗଡ଼ ଜିଲ୍ଲାର ଶିଶୁ କନ୍ୟା ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରୁଥିବା ଏସଆଇଟି ଟିମକୁ ବିରୋଧ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଗତକାଲି ୨୨ ଜଣଙ୍କ ରକ୍ତ ନମୂନା ସଂଗ୍ରହ ହୋଇଥିବା ବେଳେ ଆଜି ୧୮ ଜଣଙ୍କ ହୋଇଛି । ତେବେ ମାମଲାରେ ଏସଆଇଟି ଯଦୁପୁରରୁ ଜଣଙ୍କୁ ଉଠାଇନେବା ସମୟରେ ଖଦାଳସାହି ଗ୍ରାମବାସୀମାନେ ଏହି ବିରୋଧ ପ୍ରଦର୍ଶନ କରିଥିଲେ । ଆଜି ଉତ୍ତ୍ୟକ୍ତ ଲୋକମାନେ ଯଦୁପୁରର ମୁଖ୍ୟ ରାସ୍ତାରେ ବାଉଁଶ ବାନ୍ଧି ରାସ୍ତାରୋକ କରିଥିବା ଜଣାଯାଇଛି ।

Leave A Reply

Your email address will not be published.