କୋଣାର୍କ ଉତ୍ସବ ୨୦୨୦ ଅବସରରେ ୫ମ ପୁସ୍ତକ ମେଳାର ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ


କୋଣାର୍କ () ଆଜି ଅର୍କ କ୍ଷେତ୍ର କୋଣାର୍କରେ ପଞ୍ଚମ କୋଣାର୍କ ପୁସ୍ତକ ମେଳାରଏକ ସ୍ବତନ୍ତ୍ର ସାରସ୍ବତ ସମ୍ମେଳନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏହି ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରଯୁକ୍ତ ତୁଷାରକାନ୍ତ ବେହେରା ସୂଚନା, ପ୍ରଯୁକ୍ତି, କ୍ରୀଡା, ଯୁବ ବ୍ୟାପାର ମନ୍ତ୍ରୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ l ମୁଖ୍ୟ ବକ୍ତା ଭାବେ ଚିର ସନ୍ଧାନର ସମ୍ପାଦକ ଶ୍ରୀଯୁକ୍ତ ପାର୍ଥ ସାରଥି ଅଜୟ ବାରିକ ଓ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଜ୍ୟୋତିର୍ମୟ ଦଳାଇ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ପୁରୀ , ଶ୍ରୀଯୁକ୍ତ ସ୍ବାଧିନ ନାୟକ, ଅଧ୍ୟକ୍ଷ, ଅସ୍ତରଙ୍ଗ ପଞ୍ଚାୟତ ସମିତି, ଡଃ ଅଲେଖ ଚନ୍ଦ୍ର ପଢିଆରି, ପ୍ରାକ୍ତନ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ, ପ୍ରତାପ କୁମାର ରାଉତ, ସଂପାଦକ ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ଯୋଗଦାନ କରିଥିଲେ l ପଦ୍ମଶ୍ରୀ ପ୍ରଭାକର ମହାରଣା, ବିଶିଷ୍ଟ ସ୍ଥପତି ଏହି କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ । ସଭାରେ ନିଶିଗନ୍ଧାର ଓ ଶ୍ରୀ ଜଗନ୍ନାଥ ସେବା ସଦନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ, ନିଶିଗନ୍ଧା ଳ ସମ୍ପାଦିକା ଓ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ସଭାପତି ଓ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସରସ୍ଵତୀ ନାୟକ, ରାଜ୍ୟ ସଂଯୋଜକ ଶ୍ରୀ ପ୍ରହଲ୍ଲାଦ ସାହୁ, ରାଜ୍ୟ ସମ୍ପାଦକ ଶ୍ରୀ ଗୋଦାବରୀଶ ଦାସ, ରାଜ୍ୟ ସଂଯୋଜକ କରୁଣାକର ମଲ୍ଲିକ, ଜିଲ୍ଲା ସଂଯୋଜକ, ନୟାଗଡ଼ ଶ୍ରୀ ଜ୍ୟୋତି ରଞ୍ଜନ ଦାଶ, ଶ୍ରୀ କରୁଣାକର ସାହୁ,
ଶ୍ରୀ ହୀରାଲାଲ ପାଢ଼ୀ, ଗଞ୍ଜାମ, ମହାନ ସାରସ୍ବତ ସାଧକ ,କୋଣାର୍କ ୫ ପୁସ୍ତକ ମେଳା ୨୦୨୦ ସାଧିକାଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା

Leave A Reply

Your email address will not be published.