ଆଦିବାସୀ ଙ୍କ ଅସ୍ତିତ୍ବ ବିପଦରେ : ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବିରାଟ ରାଲି।

କଳାହାଣ୍ଡି () କେନ୍ଦ୍ରରେ ଥିବା ବିଜେପି ସରକାର ଆଦିବାସୀ ମାନଙ୍କର ଅସ୍ତିତ୍ବ ଓ ପରିଚୟ ସମାପ୍ତ କରିବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଏକ ବିଶାଳ ରାଲି ଆୟୋଜନ କରି ସରକାର ଙ୍କ ଉପରେ ବର୍ଷିଛନ୍ତି ଆଦିବାସୀ ଏକତା ପରିଷଦ ର ନେତୃବର୍ଗ। ସରକାର ଆଦିବାସୀ ଙ୍କ ସ୍ୱତନ୍ତ୍ର ପରିଚୟ କୁ ନଷ୍ଟ କରି ବିକାଶ ନାମରେ ଆଦିବାସୀ ମାନଙ୍କୁ ବିସ୍ଥାପନ କରିବାକୁ ଲୋଭ ଦେଖାଇ ଆଦିବାସୀ ମାନଙ୍କର ସମ୍ପତ୍ତିକୁ କୌଶଳ କ୍ରମେ ଲୁଟ୍ କରି ଦାରିଦ୍ର୍ୟ ଆଡକୁ ଠେଲିବାକୁ ଚେଷ୍ଟା ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି। ଆଦିବାସୀଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି ସମ୍ପତ୍ତି ରୁ ବେଦଖଲ କରିବା ସହ ଭୁମିମାଫିଆଙ୍କ ମାଧ୍ୟମରେ ଷଡ଼ଯନ୍ତ୍ର କରୁଥିବା ବେଳେ ନ୍ୟାୟାଳୟ କୁ ହାତବାରିସି କରି ଆଦିବାସୀ ଙ୍କୁ ବିଭିନ୍ନ ପ୍ରକାରରେ ହଇରାଣ କରୁଥିବା ଚିନ୍ତାର ବିଷୟ ବୋଲି ଉଦବେଗ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ CNT ଏବଂ SPT ଆକ୍ଟକୁ ସମାପ୍ତ କରିବା, ଶିକ୍ଷାଗତ ରେକର୍ଡ ମାଧ୍ୟମରେ ଆଦିବାସୀମାନଙ୍କର ପରିଚୟ ସମାପ୍ତ କରିବା,ସିଏଏ/NRC/NPR ଆଦିବାସୀ ଙ୍କୁ ନାଗରିକତା ରୁ ବଞ୍ଚିତ କରିବା, କୋରୋନା ମହାମାରୀ ର ଭୟ ଦେଖାଇ ଲୋକଙ୍କୁ ମୌଳିକ ଅଧିକାର କୁ ଛଡ଼ାଇ ନେବା, ଶ୍ରମିକ ମାନଙ୍କୁ ବେରୋଜଗାର କରି ଅନାହାର ରେ ମାରିବା ସରକାର ଙ୍କ ଚକ୍ରାନ୍ତ ଥିଲା। ସର୍ବୋପରି ବିଜେପି ସରକାର ଆଦିବାସୀ ମାନଙ୍କୁ ବନବାସୀ ଓ ହିନ୍ଦୁ କହି ତାଙ୍କର ସ୍ୱତନ୍ତ୍ର ପରିଚୟ ରୁ ଦୂରେଇ ରଖିବାର ଷଡ଼ଯନ୍ତ୍ର କୁ ବରଦାସ୍ତ କରାଯିବ ନାହିଁ ବୋଲି ଦୃଢ଼ ବିରୋଧ କରିଛନ୍ତି। ଏହିପରି ୧୮ ଗୋଟି ଆଇନ ବଳରେ ସରକାର ଆଦିବାସୀ ଙ୍କ ପ୍ରତି ଅନ୍ୟାୟ କରୁଥିବା ପ୍ରକାଶ କରି ତାହାର ପ୍ରତିବାଦ ରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି
ଭବାନୀପାଟଣା ରୁ ବଳବନ୍ତ ନାୟକଙ୍କ ରିପୋର୍ଟ “

Leave A Reply

Your email address will not be published.

four × 3 =