ଭୁବନେଶ୍ୱର, () ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେଇଥିବା ସୂଚନା ମିଳିଛି। ଭୁବନେଶ୍ୱର ସରକାରୀ ବାସଭବନରୁ EWO ଉଠାଇନେଇଥିବା ଜଣାପଡିଛି । ବେଆଇନ ଅର୍ଥ କାରବାର ନେଇ ପଚରାଉଚରା ପାଇଁ ପ୍ରଦୀପଙ୍କୁ ନେଇଥିବା ସୂଚନା ମିଳିଛି। ଚାକିରୀ ଜାଲିଆତି ଅଭିଯୋଗ ନେଇ ମଧ୍ୟ ଜେରା କରିପାରେ କ୍ରାଇମବ୍ରାଞ୍ଚ। ୧୦ରୁ ଅଧିକ ପୋଲିସ ପ୍ରଦୀପଙ୍କୁ ଉଠାଇନେଇଥିବା ଅଭିଯୋଗ କରିଛନ୍ତି ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା।
ସୁଜାତାଙ୍କ କହିବା ମୁତାବକ, ୪ଟି ଗାଡ଼ିରେ ଆସି କିଛି ଲୋକ କ୍ରାଇମବ୍ରାଞ୍ଚର ପରିଚୟ ଦେଇ ତାଙ୍କୁ ଉଠାଇନେଇଛନ୍ତି।
ତେବେ କ୍ରାଇମବ୍ରାଞ୍ଚ EOW କହି ପ୍ରଦୀପଙ୍କୁ ଉଠାଇ ନେଇଥିବା ସୁଜାତା କହିଛନ୍ତି।