ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପଙ୍କ ଚିଠି


ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହା ସହ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଅଭୟଙ୍କୁ ମଧ୍ୟ ପ୍ରଦୀପ ଚିଠି ଲେଖିଛନ୍ତି । ସେ ଚିଠିର ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସମର୍ଥକ ଓ ସମ୍ପର୍କୀୟ ଲୋକଙ୍କୁ ପୋଲିସ ହଇରାଣ କରୁଛି । ସେମାନଙ୍କ ଉପରେ ଥାର୍ଡ ଡିଗ୍ରୀ ଦିଆଯାଉଥିବା ପ୍ରଦୀପ ଅଭିଯୋଗ କରିଛନ୍ତି । ଏହା ସହ ପୁରୀ ହାଜତ ମୃତ୍ୟୁ, ଆଠଗଡ ଚାଷୀ ଆତ୍ମାହୂତି ଉଦ୍ୟମ ପ୍ରସଙ୍ଗ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ସ୍ଥାନୀୟ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ କାମ କରିବା ସହ ମୋ ଲୋକଙ୍କ ଉପରେ ଚାପ ପକାଉଛି ବୋଲି ପ୍ରଦୀପ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।

ଅନ୍ୟପଟେ ଚାଟାର୍ଡ ଫ୍ଲାଇଟରେ ଗସ୍ତ ନେଇ ମୁହଁ ଖୋଲିଛନ୍ତି ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି ଯେ, ‘ଯଦି ମୁଁ କୋଭିଡ ସମୟରେ ବୁଲୁଥିଲି, ସେତେବେଳେ ସରକାର କହିଲେନି । ଏବେ ସରକାର ବୁଲିବା କଥା କାହିଁକି କହୁଛନ୍ତି । ଡିଜିସିଏ ଓ ଏୟାରପୋର୍ଟ ଅଥରିଟିଙ୍କ ଅନୁମତି କ୍ରମେ ମୁଁ ଗସ୍ତ କରିଛି । ଏଥିରେ କିଛି ଅସୁବିଧା ନାହିଁ, ମୁଁ ଭୁଲ କରିନି ।’ ତେବେ ପୁନେ ଯାଇଥିବା କଥା ସ୍ପଷ୍ଟ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ

Leave A Reply

Your email address will not be published.