ଭୂତ କୋଠି ପାଲଟିଛି ରଘୁନାଥ ପୁର ବ୍ଲକ କଲୋନି- ବ୍ଲକ ପ୍ରଶାସନର ନିଘାନାହିଁ, ଘର ନାହିଁନଥିବାର ଫାଇଦା ନେଉଛନ୍ତି ଅଧିକାରୀ ବାବୁ ।


ରଘୁନାଥପୁର, () ରଘୁନାଥପୁର ବ୍ଲକ କଲୋନି ପ୍ରସାଶନିକ ଅଣଦେଖାରେ ଏବେ ଭୂତ କୋଠି ପାଲଟିଛି । ଖୋଦ ବ୍ଲକ ପ୍ରଶାସନର ଆଢୁଆଳରେ ଥିବା କଲୋନରି ରକ୍ଷଣା ବେକ୍ଷଣ ଅଭାବରୁ ଜରାଜିର୍ଣ୍ଣ ପାଲଟିଛି । ସୂଚନା ଅନୁସାରେ ଏହି ବ୍ଳକରେ ପାଖାପାଖି ୧୫ ରୁ ଉର୍ଦ୍ଧ ବିଭାଗ ରହିଥିବା ବେଳେ ଅଫିସର ଏବଂ କର୍ମଚାରୀଙ୍କ ସଂଖ୍ୟା ପାଖାପାଖି ୫୦ ରୁ ଉର୍ଦ୍ଧ କାର୍ଯ୍ୟରତ ରହିଛନ୍ତି । ବ୍ଲକ ଅଧୀକାରି ଏବଂ କର୍ମଚାରୀଙ୍କ ରହିବା ପାଇ ଏବଂ ଁ ଆପଦ ସମୟରେ ସହଜରେ ଅଫିସ ପହଞ୍ଚିବା ସହ ଲୋକ ମାନଙ୍କ ସେବା କରିବାରେ ସହଜ ହେବା ପାଇଁ ରଘୁନାଥପୁର ବ୍ଲକର ୨୦୦ ମିଟର ଦୂରରେ କଲୋନୀର ସୁବିଧା କରାଯାଇଥିଲା । ହେଲେ ଏହି ଗୃହଗୁଡିକର କେହି ନରହିବା ଦ୍ୱାରା ଏବଂ ପ୍ରଶାସନିକ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଜରାଜିର୍ଣ୍ଣ ଅବସ୍ଥରରେ ପଡିରହି ଭୂତକୋଠି ପାଲଟିଛି । କଲୋନୀ ମଧ୍ୟରେ ଥିବା ଘରର ଆଜବେଷ୍ଟ ଛପର ଉଡିଯିବା ସହ ଭଙ୍ଗା ଘର ମନଙ୍କରେ ଲଟା ଏବଂ ବଣୁଆ ଗଛ ଉଠିଗଲାଣି । ଅନେକ ଘରର କାନ୍ଥ ମଧ୍ୟ ଭାଙ୍ଗି ତଳେ ପଡିଛିି । ସେଠାରେ ବିଜୁଳି ସୁବିଧା ପାଇଁ ଲାଗିଥିବା ସୋଲାର ଲାଇଟ୍ ଚୋରି ହେବା ସହ, ପାଣିଟାଙ୍କି ଭାଙ୍ଗିଯାଉଛି । ବ୍ଲକ ପରିସରରେ ଥିବା ଦେୱାଲ ଭାଙ୍ଗି ମୁକୁଳା ଅବସ୍ଥାରେ ଏହି କଲୋନୀ ପଡିରହିଛି । କଲୋନିରେ ଲାଗିଥିବା ଗେଟ୍ , ଆଜବେଷ୍ଟ ସବୁ ଚୋରି ହୋଇଯାଇଛି । ଭୂତ କୋଠି ପାଲଟିିଥିବା କଲୋନିର ଭଙ୍ଗା ଘର ସବୁ ଏବେ ନିଶାଡି ଏବଂ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳ ପାଲଟିଛିି ।

ଅନ୍ୟପକ୍ଷରେ ରଘୁନାଥପୁର ବ୍ଲକରେ କାର୍ଯ୍ୟକରୁଥିବା ସରକାରୀ ଚାକିରିଆ ୮ କିଲୋମିଟର ପରିଧି ଭିତରେ ରହିବାର ନିୟମ ରହିଥିବା ବେଳେ କଲୋନିରେ ସରକାରୀ କ୍ୱାଟର୍ସ ନଥିବାର ଆଳ ଦେଖାଇ ସରକାରଙ୍କ ତହବିଲରୁ ହ୍‌୍‌ଜାର ହଜାର ଟଙ୍କା ଘରଭଡା ନେଇ କଟକ -ଭୁବନେଶ୍ୱରୁ ଯାଆସ କରୁଛନ୍ତି । ଏହି ବାହାନାରେ ଅଫିସ ବିଳମ୍ବରେ ଆସିବାକୁ ସୁଯୋଗ ମିଳିଯାଉଛି । ଜଗତ୍‌ସଂହ ପୁର ଜିଲ୍ଲା ସଦର ମହକୁମାର କଲୋନୀ ଗୁଡିକ ସୈନ୍ଦଯ୍ୟରେ ଭରପୁର ହେଉଥିବା ବେଳେ ରଘୁନାଥ ପୁରରେ ଏହାର ବିପରିତ ଚିତ୍ର ଦେଖିବାକୁ ମିଳୁଛି । ଖୋଦ ରଘୁନାଥପୁର ବ୍ଲକ ପ୍ରଶାସନ ଅଧିନରେ ଥିବା ଗୋଟିଏ ବାସଉପଯୋଗୀ ସୁନ୍ଦର କଲୋନୀ ଭୂତ କୋଠିରେ ପରିଣତ ହୋଇଯିବା ପ୍ରଶାସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠୁଛି । ଏଥି ପ୍ରତି ଉଭୟ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ହସ୍ତକ୍ଷେପ କରି ଏହାର ଆଧୁନିକରଣ କରିବା ପାଇଁ ରଘୁନାଥପୁର ଅଂଚଳର ବଦ୍ଦିଜୀବି ମହଲରେ ଦାବି ହେଉଛି ।

Leave A Reply

Your email address will not be published.