ଭୁବନେଶ୍ୱର () ପରୀ ଅପହରଣ ଓ ହତ୍ୟା ଘଟଣା ପ୍ରସଙ୍ଗରେ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ବିଧାନସଭା ଘେରାଉ କରାଯାଇଥିଲା । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏକ ବିଶାଳ ବିକ୍ଷୋଭ ଯାତ୍ରା ବିଧାନସଭା ଘେରାଉ କରିବା ପାଇଁ ବିଧାନସଭା ଅଭିମୁଖେ ଯାତ୍ରା କରି ଲୋୟର ପିଏମ୍ଜି ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହା ପରେ ଲୋୟର ପିଏମ୍ଜି ଠାରୁ ବିଧାନସଭା ଅଭିମୁଖେ ଯାତ୍ରା କରୁଥିବା ବେଳେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଏବଂ ଅନ୍ୟ କର୍ମକର୍ତାଙ୍କୁ ପୋଲିସ ଅଟକାଇବା ସହ ଶତାଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା । ଏହି ପରିପ୍ରେକ୍ଷୀରେ ଡ. ଲେଙ୍କା କହିଛନ୍ତି ଯେ ନୟାଗଡର ୫ ବର୍ଷର ଶିଶୁକନ୍ୟା ପରୀର ଅପହରଣ ଓ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତିକୁ ମୁଖ୍ୟମନ୍ତ୍ରୀ ଘଂଟ ଘୋଡାଉଛନ୍ତି । ମୃତ ଶିଶୁକନ୍ୟାର ମା’ କରିଥିବା ଅଭିଯୋଗ ଅନୁଯାୟୀ ମନ୍ତ୍ରୀ ଅରୁଣ ସାହୁଙ୍କ ଘନିଷ୍ଠ ସହଯୋଗୀ ହିଁ ପରୀ ହତ୍ୟା ଘଟଣାର ମୁଖ୍ୟ ଅପରାଧି । ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ଅପରାଧିକୁ ଖୋଜି ନାହିଁ ଏବଂ ଘଟଣାକୁ ଚପାଇ ଦେବା ପାଇଁ ମନ୍ତ୍ରୀ ଶାସନକଳର ଶକ୍ତିକୁ ପ୍ରୟୋଗ କରୁଛନ୍ତି । ଦୀର୍ଘ ସାଢ଼େ ୪ ମାସ ବିତି ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମଧ୍ୟ ନୀରବ । ଏଣୁ ବିଜେଡି ସରକାର ପରୀ ହତ୍ୟା ଘଟଣାକୁ ଚପାଇ ଦେବା ପାଇଁ ଚକ୍ରାନ୍ତ କରିବା ସହ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଫନ୍ଦି ଫିକର କରୁଛି ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି । ଏଣୁ ଏହି ସ୍ପର୍ଶକାତର ପ୍ରସଙ୍ଗର ତଦନ୍ତ ନସରିବା ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ତାଙ୍କ ପଦରୁ ହଟାଇବା ସହିତ ମୃତକ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପାଇଁ ଦାବି କରିଛି ପ୍ରଦେଶ ଯୁବ କଂଗ୍ରେସ ।
ଆଜିର ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ମୁଖପାତ୍ର ଅଜୟ ସାହୁ, ରଂଜିତ ପାତ୍ର, ମହମ୍ମଦ ଅଲିମ୍, ସ୍ୱାଗତ କର, ନଳିନୀକାନ୍ତ ନାୟକ, ବିକି ଚକ୍ରବର୍ତୀ, ବିଶ୍ୱରଂଜନ ଦାସ, ଆଦିତ୍ୟ ପରିଡା, ବିପ୍ଳବ ପରିଡା, ଆଶୁତୋଷ ଲେଙ୍କା, ଅଖିଳେଶ ଯାଦବ, ଅହମ୍ମଦ ଖାନ୍, ଆକ୍ୟୁବ୍ ଖାନ୍, ଅମ୍ରିତା ଦାସ, ମାହିପର ନିଖତ, ଲିପକ ସାହୁ, ମିତ୍ରଭାନୁ ମହାପାତ୍ର, ବଟକୃଷ୍ଣ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post