ସ୍କୁଲ ଫି କେତେ ହ୍ରାସ କରି ପାରିବେ ସେ ସମ୍ପର୍କରେ ଜଣାଇବାକୁ ହାଇକୋର୍ଟ ନିଦେ୍ର୍ଧଶ

ଭୁବନେଶ୍ୱର () କୋଭିଡ -୧୯ ପ୍ରଭାବ ପରିବାରର ଆୟ ଉପରେ ପଡ଼ିଛି । ଏପରି ସ୍ଥଳରେ ପିଲାଙ୍କ ପାଠପଢ଼ା ଓ ସ୍କୁଲ ଫି’ ଅଭିଭାବକଙ୍କ ନିଦ ହଜାଇ ଦେଇଛି । ତେବେ ସ୍କୁଲ ଫି’ ହ୍ରାସ ଆବେଦନ ମାମଲାରେ ହାଇକୋର୍ଟ ଆଜି ଶୁଣାଣି କରିଛନ୍ତି । ଏହି ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି । ରାଜ୍ୟ ସରକାର ସ୍କୁଲ ଫି କେତେ ହ୍ରାସ କରି ପାରିବେ ସେ ସମ୍ପର୍କରେ ଜଣାଇବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ଆସନ୍ତା ଡିସେମ୍ବର ୨ ତାରିଖ ଦିନ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.