ବାଇକ୍ ଦୁର୍ଘଟଣା ରେ ୫ ଗୁରୁତ୍ୱର ଆହାତ

କଳାହାଣ୍ଡି () ଥିଆମୂଳ ରାମପୁର କାଶିପୁର ମୁଖ୍ୟରାସ୍ତା ଭାଟିପଡା ନିକଟରେ ଦୁଇ ବାଇକ୍ ଧକ୍କା ହୋଇଛି ଯାହାଫଳରେ ୫ ଜଣ ବାଇକ୍ ଆରୋହୀ ଆହତ ହୋଇଛନ୍ତି । ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ସ୍ବାସ୍ଥ୍ୟ ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ସନ୍ଧ୍ୟା ସମୟରେ ବାଇକ୍ ( OD-08-H-6199 ) ଯୋଗେ ଜୁନାଗଡ଼ ବ୍ଲକ ର ଶିବୁ କୁମାର,ଜୟପାଟଣା ବ୍ଲକ ର ତପନ ମାଝୀ ଓ କଲମପୁର ବ୍ଲକ ର ସୁମନ୍ତ ସୁନାନି ୩ ଜଣ ଏକ ବାଇକ୍ ଯୋଗେ କୌଣସି କାମ ରେ ଉକ୍ତ ରାସ୍ତାରେ ଯାଉଥିଲେ । ଅନ୍ୟପଟେ ଥୁଆମୂଳ ରାମପୁର ଗ୍ରାମର ଦୀପକ ମାଝୀ ଓ ଶ୍ରବଣ ମାଝୀ ଅନ୍ୟ ଏକ ବାଇକ୍ ଯୋଗେ ( OD-08-J-9271) ଯାଉଥିବା ସମୟରେ ଭାଟିପଡ଼ା ବୁଲଣି ରେ ୨ ବାଇକ୍ ର ମୁହାଁ- ମୁହିଁ ଧକ୍କା ହୋଇଥିଲା । ତୁରନ୍ତ ସେମାନଙ୍କୁ ଥୁ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରାଯାଇଥିଲା । ଦୀପକ,ଶିବ,ଶ୍ରବଣ ଙ୍କ ସ୍ବାସ୍ଥ୍ୟ ଵସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା ।
(କଳାହାଣ୍ଡି ରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ)

Leave A Reply

Your email address will not be published.