ଟେଲି ଜଗତର ଜଣାଶୁଣା ହାସ୍ୟାଭିନେତ୍ରୀ ଭାରତୀ ସିଂହଙ୍କ ଘରେ ଚଢ଼ାଉ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ବଲିଉଡରେ ଡ୍ରଗ୍ସ କାରବାର ଘଟଣାକୁ ନେଇ ଏନସିବି ଭାରତୀଙ୍କ ଘରେ ଚଢ଼ାଉ କରିଥିବା ସୂଚନା ମିଳିଛି।
ଏହି ଚଢ଼ାଉରେ ଏନସିବିକୁ ଭାରତୀଙ୍କ ଘରୁ ଅଳ୍ପ ପରିମାଣର ଡ୍ରଗ୍ସ ମିଳିଛି। ଏହାପରେ ଏନସିବି ଭାରତୀ ଓ ତାଙ୍କ ସ୍ୱାମୀଙ୍କ ସମନ ଜାରି କରିଛି।। ତେବେ ଭାରତୀଙ୍କ ଘରୁ ଜବତ ହୋଇଥିବା ଏହି ଡ୍ରଗ୍ସର ସଠିକ୍ ପରିମାଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରୁଥିବାବେଳେ ସିବିଆଇକୁ ଏଥିରେ ଡ୍ରଗ୍ସ କାରବାର ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ଏହାପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏହାର ତଦନ୍ତ ଭାର ଗ୍ରହଣ କରିଥିଲା।
ଏନସିବି ଏହାର ଛାନଭିନ୍ କରିବା ସହିତ ବଲିଉଡର ବହୁ କଳାକାରଙ୍କୁ ସମନ ଜାରି କରି ପଚରାଉଚୁରା କରିଥିଲା। ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍, ସାରା ଅଲୀ ଖାନ୍, ରାକୁଲ୍ ପ୍ରୀତ ସିଂହ ପ୍ରମୁଖ ଏନ୍ସିବି ଜେରାର ସମ୍ମୁଖୀନ ହୋଇଥିବାବେଳେ ନିକଟରେ ବଲିଉଡ୍ ଅଭିନେତା ଅର୍ଜୁନ୍ ରାମପାଲ୍ଙ୍କୁ ମଧ୍ୟ ଏନ୍ସିବି ଜେରା କରିଥିଲା ।
Sign in
Sign in
Recover your password.
A password will be e-mailed to you.
Next Post