ପକ୍କାଘର ବଦଳରେ ମାଗିଲେ ଯୌନ ସୁଖ: ଫିଟିଲା ସରପଞ୍ଚ ବାବୁଙ୍କ ଅସଲି ଗୁମର

କଳାହାଣ୍ଡି () ଘର ଯୋଗାଇଦେବା ନାଁରେ ଯୁବତୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ଖୋଦ୍ ଜିଲ୍ଲାପାଳ କ୍ଷମତା ପ୍ରାପ୍ତ ସରପଞ୍ଚ ।ଏପରି ଏକ ସାଘାଂତିକ ଅଭିଯୋଗ ସାମ୍ନା କୁ ଆସିଚି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ସାଲେପାଳି ଗ୍ରାମ ପଞ୍ଚାୟତ ର ସରପଞ୍ଚ ରମେଶ ସାହୁ ଙ୍କ ନାଁ ରେ। ଘର ଯୋଗେଇ ଦେବା ପାଇଁ ସରପଞ୍ଚ ବାରମ୍ବାର ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଏପରିକି ମାନସିକ ଚାପ ମଧ୍ୟ ପକାଉଛନ୍ତି ସରପଞ୍ଚ ବାବୁ । ଯାହା ପୀଡ଼ିତା ନିଜେ ପ୍ରକାଶ କରିଛନ୍ତି।
ବିଜୁ ପକ୍କା ଘର ଯୋଗେଇ ଦେବା ର ବାହାନା କରି ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବା କଥା ସମଗ୍ର କଳାହାଣ୍ଡି ଜିଲ୍ଲାର ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି। ସରକାର ମା କୁ ସମ୍ମାନ ଦେବା ନାରା ଦେଇଥିବା ବେଳେ ଏଠି ଜନପ୍ରତିନିଧି ମାନେ ନାରୀ ମାନଙ୍କୁ ଉପଭୋଗ ର ବସ୍ତୁ ଭାବିବା କେତେ ଦୂର ଯୁକ୍ତି ଯୁକ୍ତ। ଜଣେ ଜନ ପ୍ରତିନିଧି ର ଦାୟିତ୍ବ ଥାଏ ଜନସାଧାରଣଙ୍କ ଦୁଃଖ ବୁଝିବା ପାଇଁ କିନ୍ତୁ ଏଠି ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ଜୈନିକ ଯୁବତୀ ଙ୍କ ଘର ବର୍ଷା ଯୋଗୁଁ ଭାଙ୍ଗି ଯାଇଥିଲା । ଓ ସେହି ଘରକୁ ସଜାଡିବା ପାଇଁ ଯୁବତୀ ର ବାପା ମାଁ ସୁଦୂର ଗୁଜୁରାଟ କୁ ଦାଦନ ଖଟିଯାଇଛନ୍ତି । ଘରର ଅବସ୍ଥା କୁ ଦେଖି ଯୁବତୀ ଜଣକ ସାଲେପାଲି ପଞ୍ଚାୟତ ରେ ଏକ ଘର ପାଇଁ ଆବେଦନ କଲେ ହେଲେ ସେଠିକାର ପଞ୍ଚାୟତ ର ସରପଞ୍ଚ ମହାଶୟ ଘର ବଦଳରେ ଶାରୀରିକ ସମ୍ପର୍କ ରଖିବା ପାଇଁ ସର୍ତ୍ତ ରଖୁଛନ୍ତି । ଓ ଗର୍ଭବତୀ ହେଲେ ଔଷଧ ଖାଇବାକୁ ପରାମର୍ଶ ଦେଉଛନ୍ତି। ଖୋଦ୍ ସରପଞ୍ଚ ବାବୁ ଙ୍କ ଏପରି ଘୃଣ୍ୟ କାମ କୁ ଅଞ୍ଚଳ ବାସୀ ନିନ୍ଦା କରିବା ସହ ତାଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି।

(କଳାହାଣ୍ଡି ଜିଲ୍ଲାରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ )

Leave A Reply

Your email address will not be published.