ସ୍ବାସ୍ଥ୍ୟକେନ୍ଦ୍ରକୁ ହସପିଟାଲରେ ପରିଣତ କରିବାକୁ ଦାବି

ବାଲିଅନ୍ତା () ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସର୍ବପୁରାତନ ଭିଙ୍ଗାରପୁର ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପାଖାପାଖି ଗୋଟିଏ ପଞ୍ଚାୟତର ଜନସାଧାରଣ ନିର୍ଭର କରୁଛନ୍ତି । ନିର୍ବାଚନ ମଣ୍ଡଳୀର ପୁରାତନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୈନିକ ଶହଶହ ଲୋକ ସ୍ୱାସ୍ଥ୍ୟସେବା ପାଇଁ ଆସିଥାନ୍ତି । ହେଲେ ଦୁଃଖର ବିଷୟ ଯେ ଏଠାରେ କୌଣସି ଜରୁରୀକାଳିନ ସେବାର ବ୍ୟବସ୍ଥା ନାହିଁ । ଯାହାପାଇଁ ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖାଲି ଏତିକି ନୁହେଁ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ ସମୟରେ ଡାକ୍ତର ବା କର୍ମଚାରୀ ଅନୁପସ୍ଥିତ ରହୁଛନ୍ତି । ଏହାସୟ କୋଭିଡ ସମୟରେ ପୁରା ଅଞ୍ଚଳବାସୀ ଜଣେ କମ୍ପାଉଣ୍ଡର ଉପରେ ନିର୍ଭର କରୁଛନ୍ତି । ଯାହା ଅତ୍ୟନ୍ତ ଦୁଃଖଭ ବିଷୟ ।

ମୁଖ୍ୟମନ୍ତ୍ରୀ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଅତିଗୁରୁତ୍ୱ ସହ ଗ୍ରହଣ କରୁଥିବା ବେଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ବିଷୟରେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଏହାକୁ କୌଣସି ଅଧିକାରୀ କର୍ଣ୍ଣପ୍ଧଚ୍ଛ କରୁନାହିଁନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରକୁ ଏରିଆ ହସପିଟାଲରେ ପରିଣତ କରିବା ପାଇଁ ୨୦୧୩ ମସିହାରୁ ଚିଠି ନମ୍ବର ୩୨୭୨୨ ଖୋର୍ଦ୍ଧା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଚିଠି ମାଧ୍ୟମରେ ପ୍ରସ୍ତାବ ଆସିଥିଲା । ଚିଠିି ଆଧାରରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥୃ୍ୟ ଅଧିକାରୀ ବାଳକାଟୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ୨୦୧୪ ମସିହାରେ ଚିଠି ଦ୍ୱାରା ଭିଙ୍ଗାରପୁର ସ୍ୱାସ୍ଥ୍ୟକେନ୍ଦ୍ରର ଭୌଗୋଳିକ ସ୍ଥିତିକୁ ଦର୍ଶାଇବାକୁ ନିଦେ୍ର୍ଧଶ ଦେଇଥିଲେ । ଏହି ନିଦେ୍ର୍ଧଶକୁ ଗୁରୁତର ସହ ଗ୍ରହଣ ନକରି ବାଳକାଟୀ ଗୋଷ୍ଠି ମୁଖ୍ୟ ଅଧିକାରୀ ଚିଠିକୁ ଦୃଷ୍ଟିଦେଇନଥିଲେ ।
କୋଭିଡ ସମୟରେ ସରକାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱରୋପ କରୁଥିବା ବେଳେ ଗୋଟିଏ ପଞ୍ଚାୟତରୁ ୧ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ଅଞ୍ଚଳବାସୀ ସିଧାସିଧା ଚେତାବନି ଦେଇଛନ୍ତି ଯଦି ୧୫ ଦିନ ମଧ୍ୟରେ କୌଣସି ଉତ୍ତର ଆସେ ତେବେ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ କୋଭିଡ କଟକଣାକୁ ପାଳନ କରି ଶାନ୍ତିପୂର୍ଣ୍ଣ ଭାବେ ରାସ୍ଥାକୁ ଉହ୍ୱାଇବେ ।

Leave A Reply

Your email address will not be published.

nineteen − 6 =