ଶ୍ରୀମା ମେଡ଼ିସିନ ଷ୍ଟୋର ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ,୩୯ ୟୁନିଟ ରକ୍ତ ସଂଗ୍ରହ !

କଟକ () ଶ୍ରୀମା ମେଡ଼ିସିନ ଷ୍ଟୋର ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ,୩୯ ୟୁନିଟ ରକ୍ତ ସଂଗ୍ରହ !କଟକ () କଟକ ସଦର ବ୍ଲକ ୪୨ ମୌଜ଼ା ଉପକଣ୍ଠ କଳପଡା ବଜାରରେ ଥିବା ଶ୍ରୀମା ମେଡ଼ିସିନ ଷ୍ଟୋର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମେଡ଼ିସିନ ଷ୍ଟୋରର ମୁଖ୍ୟ ନିର୍ଦେଶକ ସୁନିଲ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ୩୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ! କଳପଡା ଗ୍ରାମର ମୁରବୀ ଶ୍ରୀଯୁକ୍ତ ଜୟକୃଷ୍ଣ ମୁଦୁଲି ଏହି ଶିବିରକୁ ଉଦଘାଟନ କରିଥିଲାବେଳେ ୪୨ ମୌଜାର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତରହି ଶିବିରକୁ ପରିଚାଳନା କରିଥିଲେ ! ଏହି ମହତ ସେବାକାର୍ଯ୍ୟକୁ ସଂଯୋଜନା କରିଥିବା ଯୁବସମାଜସେବୀ ତଥା ସାମ୍ବାଦିକ ଚନ୍ଦନ ମହାନ୍ତିଙ୍କୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି ! କରୋନା ମହାମାରୀ ସମୟରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଦ୍ୱାରା ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ସ୍ୱାଗତ କରାଯାଇଛି !

Leave A Reply

Your email address will not be published.