ଭୁବନେଶ୍ବର () ଆସନ୍ତା 29 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ। ଏଥର ବି ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ, ସହାୟକ ଏବଂ ବିଧାନସଭା କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଉଛି। ମଙ୍ଗଳବାରଠାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କରୋନା ଟେଷ୍ଟ ଜାରି ରହିବ। କୋଭିଡ ରିପୋର୍ଟ ନେଗେଟଭ ଆସିଲେ ବିଧାନସଭା ଯିବାକୁ ସଭ୍ୟ ସମେତ ଅନ୍ୟମାନେ ଯିବାକୁ ଅନୁମତି ମିଳିବ। ତା’ସହିତ ବିଧାନସଭା ଭିତରକୁ ଯାଉଥିବା ସମସ୍ତ ସାମ୍ବାଦିକଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯିବ। ଏଥର ମଧ୍ୟ ବିଧାନସଭା ପରିସରକୁ ପ୍ରତିଦିନ ସାନିଟାଇଜ କରାଯିବ। ଯେଉଁ ସଦସ୍ୟ ବିଧାନସଭା ଆସିବେ ନାହିଁ ସେମାନେ ଭିଡିଓ କନଫରେସିଂ ଜରିଆରେ ଭାଗ ନେଇପାରିବେ।
Sign in
Sign in
Recover your password.
A password will be e-mailed to you.